‘ୟୁଟ୍ୟୁବ୍‌’ରେ ପ୍ରସାରିତ ହେବ ନିର୍ବାଚନ ଫଳାଫଳ

ମେ’ 23ରେ ଜଣାପଡିବ ମହାସମର 2019ର ମହାଫଳାଫଳ । ଏନେଇ ଜୋରଶୋର ପ୍ରସ୍ତୁତି ଜାରିରହିଛି । ପ୍ରସାର ଭାରତୀ ଓ ଗୁଗୁଲ ମେ’ 23ରେ ଲୋକସଭା ଓ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ ପାଇଁ ହାତ ମିଳାଇଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବରେ ଦର୍ଶକ ନିର୍ବାଚନ ଫଳାଫଳର ସିଧା ପ୍ରସାରଣ ଦେଖିପାରିବେ ।

ପ୍ରସାର ଭାରତୀ ଅଧିକାରୀ କହିଛନ୍ତି ଯେ ଗୁଗୁଲ ଓ ପ୍ରସାର ଭାରତୀ ଆସନ୍ତା 23 ତାରିଖରେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବକୁ ପାଳନ କରିବେ । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀ ଶେଖର ଭେମ୍ପତି କହିଛନ୍ତି ଯେ, କେହି ବି ୟୁଜର୍ସ ୟୁଟ୍ୟୁବ୍‌ ଖୋଲିବେ ସେମାନଙ୍କୁ ପ୍ରଥମେ ନିର୍ବାଚନ ଫଳାଫଳର ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ଦେଖାଦେବ । ୟୁଟ୍ୟୁବ୍‌ ୱେବସାଇଟ୍‌ ବା ଆପ୍‌ ମାଧ୍ୟମରେ ଜଣେ ଚାହିଁଲେ ଫଳାଫଳର ଏହି ସିଧା ପ୍ରସାରଣ ଦେଖିପାରିବ ।

ତେବେ ଏହି ସିଧା ପ୍ରସାରଣ ସମୟରେ ଯିଏ ବି ଚାହିଁବ ନିଜ ପସନ୍ଦର ଭାଷାକୁ ଚୟନ କରିପାରିବ । ୧୪ଟି ବିଭିନ୍ନ ଭାଷା ମାଧ୍ୟମରେ ଏହି ସିଧା ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁବିଧା ମେ’ 23ରେ ଦିନ ପର୍ଯ୍ୟନ୍ତ ରହିବ ।

Spread the love