ଫାଇନାଲ୍‌ ସେମିଷ୍ଟର ଦେଲେ ବିଦ୍ୟାଭାରତୀ : ଚୁପ୍‌ଚୁପ୍‌ ଆସିଲେ, କାହା ସହିତ କଥା ହେଲେନି

ବଲାଙ୍ଗୀର ୩୦।୦୯: ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ । ବୁଧବାର ଦିନ ବଲାଙ୍ଗୀର ଆସି ସେ ତାଙ୍କର ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି ।

ଖବର ଅନୁଯାୟୀ, ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ବିଦ୍ୟାଭାରତୀ ପାଠ ପଢୁଥିଲେ । ବୁଧବାର ଦିନ ବିଦ୍ୟାଭାରତୀଙ୍କର ଫାଇନାଲ ସେମିଷ୍ଟାର ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଆନିମଲ ହେଲ୍‌ଥ ବିଷୟରେ ପରୀକ୍ଷା ହୋଇଥିଲା । ସେ ନିର୍ଦ୍ଧାରିତ ସମୟ ଠିକ୍‌ ୧୦ଟାରେ ଆସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଏବଂ ପରୀକ୍ଷା ଦେଇ ଅପରାହ୍ନ ୧୨ଟାରେ ଚାଲିଯାଇଥିଲେ । ତେବେ ଏହି ପରୀକ୍ଷା ଦେବା ସମୟରେ ବିଦ୍ୟାଭାରତୀ କୌଣସି ସହକର୍ମୀଙ୍କ ସହ କଥା ହୋଇନଥିଲେ । ଏଥିସହ ସେ ହଷ୍ଟେଲରେ ନରହି ଅନ୍ୟ କେଉଁଠି ଯିବା ଆସିବା କରୁଥିବା ଜଣାପଡ଼ିଛି ।

Spread the love