ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା

ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଯଖପୁରା ରେଳ ଷ୍ଟେସନରେ ଏହି ଅଘଟଣ ଘଟିଥିଲା ।ସୂଚନା ମୁତାବକ, ଗୁଡ୍ଡୁଙ୍କ ମା ଗୀତାଞ୍ଜଳୀ ଟ୍ରେନ୍ ରେ ଚଢୁଥିବା ସମୟରେ ଖସି ପଡ଼ିଥିଲେ । ଖୋର୍ଦ୍ଧା କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଗୁଡୁଙ୍କ ମାଆ ଓ ଭଉଣୀ କେନ୍ଦୁଝର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଗୁଡୁ ଓଡ଼ିଆ ସିନେମାରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହୋଇଥିବାବେଳେ, କିଛି ଦିନ ତଳେ ତାଙ୍କର ବାହାଘର ହୋଇଥିଲା । ତେବେ ମା ଗୀତାଞ୍ଜଳୀ ମଧ୍ଯ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ମେକଅପ୍ ଆଟିଷ୍ଟ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Spread the love