ଗିରଫ କୁନାଲ ଜାନିଙ୍କ ଦୁଇଟି ବଡ ହୋଟେଲ ଡ୍ରଗ୍ସ ପାର୍ଟିର ହବ୍: ସାମିଲ ହୁଅନ୍ତି ବଲିଉଡ ସେଲିବ୍ରିଟି ଓ ବଡ ବ୍ୟବସାୟୀ

ମୁମ୍ବାଇ ୩୦/୦୯ : ହୋଟେଲ ବ୍ୟବସାୟୀ କୁନାଲ ଜାନିଙ୍କ ମୁମ୍ବାଇ ବର୍ଲି ଓ ବାନ୍ଦ୍ରା ଅଞ୍ଚଳରେ ଦୁଇଟି ବଡ ହୋଟେଲ ଅଛି। ଏହି ହୋଟେଲର ନାଁ Bastian। ଏହି ଦୁଇଟି ହୋଟେଲ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିର ହବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଯାଞ୍ଚ ବେଳେ ଏହାର ସୁରାକ ମିଳିଥିଲା। ଏହି ହୋଟେଲରେ ଆୟୋଜିତ ହେଉଥିବା ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିରେ ବଲିଉଡ ଜଗତରେ ବଡ ବଡ କଳାକାର ଓ ବ୍ୟବସାୟ ଜଗତରର ବଡ ବଡ ହସ୍ତୀ ସାମିଲ ହୁଅନ୍ତି। ପାର୍ଟିରେ ଡ୍ରଗ୍ସ ଯୋଗାଇବା କାମ କୁନାଲ ଜାନି ହିଁ କରନ୍ତି। ଏନସିବି ସୁରାକ ପାଇବା ପରେ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ସମନ ପଠାଇ ପଚରାଉଚୁରା କରିବାକୁ ଯୋଜନା କରୁଛି।

ଏନସିବି ସୂତ୍ର ଅନୁଯାୟୀ, କୁନାଲ ଜାନି ନାଇଜେରିଆ ଡ୍ରଗ୍ସ ପେଡଲର ଓ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇ ଅଗିସିଲାଓସ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ଲିଙ୍କ। କୁନାଲ ଜାନି ନାଇଜେରିଆ ଡ୍ରଗ୍ସ ପେଡଲରଠୁ କୋକିନ ଆଣି ତାକୁ ଅଗିସିଲାଓସ ଯାଏଁ ପହଞ୍ଚାଇଥାନ୍ତି। ଅଗିସିଲାଓସ ଏହି କୋକିନ ବଲିଉଡ ଓ ବ୍ୟବସାୟ ଜଗତର ହସ୍ତୀଙ୍କୁ ସପ୍ଲାଏ କରିଥାଏ। ନାଇଜେରିଆ ପେଡଲରଠୁ କିଣାଯାଇଥିବା ଡ୍ରଗ୍ସ ହୋଟେଲରେ ଆୟୋଜିତ ପାର୍ଟିରେ ବ୍ୟବହୃତ ହୁଏ।

ଏହି ହାଇପ୍ରୋଫାଇଲ ପାର୍ଟିରେ ବହୁ ବଡ ବଡ ବଲିଉଡ ସେଲିବ୍ରିଟି ସାମିଲ ହୁଅନ୍ତି। ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା ଏବଂ ଅନ୍ୟ ଏକ ମାମଲାରେ କୁନାଲ ଜାନି ଆଗରୁ ୱାଣ୍ଟେଡ ଥିଲେ ଏବଂ ଅନେକ ଦିନରୁ ଫେରାର ଥିଲେ।

ମୁମ୍ବାଇ କିଲା କୋର୍ଟ କୁନାଲ ଜାନିଙ୍କୁ ଦୁଇ ଦିନ ପାଇଁ ଏନସିବି ହେପାଜତକୁ ପଠାଇଛନ୍ତି। ଏଜେନ୍ସି ପଚରାଉଚୁରା କରି ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିରେ ଅଧିକରୁ ଅଧିକ ସାମିଲ ହେଉଥିବା ଲୋକନକ ନାଁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି। କୁନାଲ ଜାନିଙ୍କ ନିର୍ଦ୍ଦେଶରେ ଏନସିବି ମୁମ୍ବାଇର କିଛି ସ୍ଥାନରେ ଚଢ଼ଉ କରିବା ଆରମ୍ଭ କରିଛି। ଆଗକୁ ଏନସିବି କିଛି ବଡ ନାଁ ଖୁଲାସା କରିପାରେ।

Spread the love