ବାସ୍ତୁ ଅନୁସାରେ ସଜାନ୍ତୁ ଆପଣଙ୍କର ଗାର୍ଡେନ
ଘର ପାଖରେ ଥିବା ସବୁଜିମା ପୂର୍ଣ୍ଣ ବଗିଚା ବା ଗାର୍ଡେନ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଘରକୁ ଶାନ୍ତି ଓ ସକରାତ୍ମକ ପ୍ରଭାବ ଦେଇଥାଏ । ହେଲେ ବେଳେ ବେଳେ ଆମେ ବିନା ଚିନ୍ତାରେ ଯେଉଁ ଦିଗରେ ବି ଗାର୍ଡେନ କରିଦେଇଥାଉ । ବଡ଼ ବଡ଼ ଗଛ ମଧ୍ୟ ଯେଉଁଠି ନାହିଁ ସେଠି ଲଗାଇ ଦେଇଥାଉ ।
୧. ବାସ୍ତୁ ଅନୁସାରେ ଗାର୍ଡେନ ବା ବଗିଚା ପାଇଁ ସବୁଠୁ ଉପଯୁକ୍ତ ଦିଗ ହେଉଛି ପୂର୍ବ କିମ୍ବା ଉତ୍ତର । ଏହି ଦିଗରେ ଗାର୍ଡେନ ହେଲେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ ।
୨. ଘରର ବଗିଚାରେ ଅତି ବଡ଼ ବଡ଼ ଗଛ ଲଗାନ୍ତୁ ନାହିଁ । ଏହା ଘରୁକ ଆସୁଥିବା ସକରାତ୍ମକ ଶକ୍ତିକୁ ରୋକିଥାଏ ।
୩. ବଗିଚାକୁ ଯିବା ଆସିବା ରାସ୍ତା ସର୍ବଦା ସଫା ରଖନ୍ତୁ । ରାସ୍ତାରେ ଗଛ ରଖନ୍ତୁ ନାହିଁ ।
୪. ବଗିଚାରେ କାକ୍ଟସ ଭଳି କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ । ହେଲେ ଗୋଲାପ ଭଳି ଫୁଲ ସହ କଣ୍ଟା ଗଛ ଲଗାଇ ପାରିବେ ।
୫. ଫଳଦାୟୀ ଗଛ ଲଗାଇବା ପାଇଁ ଠିକ୍ ଦିଗ ପୂର୍ବ । ବଡ଼ ଗଛ ପାଇଁ ଦକ୍ଷିଣ ଦିଗ ଉପଯୁକ୍ତ ।
୬. ବୋନସାଇ ଗଛ ମଧ୍ୟ ଲଗାନ୍ତୁ ନାହିଁ । ଏହା ବିକାଶରେ ବାଧା ଉପୁଜାଇଥାଏ ।
୭. ବଗିଚାର କାନ୍ଥ ଉପରେ ଗମଲାରେ ଗଛ କିମ୍ବା ଲତା ଗଛ ଲଗାନ୍ତୁ ନାହିଁ । ଏହା ଆର୍ଥିକ ବୋଝ ବଢ଼ାଇଥାଏ ।
୮. ଭଲ ସୁଗନ୍ଧ ବାଲା ଫୁଲ ଗଛ ଲଗାନ୍ତୁ, ଏହା ସକରାତ୍ମକ ଶକ୍ତି ଦେବ ।
୯. ବଗିଚାକୁ ମଝିରେ ମଝିରେ ସଫା କରନ୍ତୁ । ବଗିଚାରେ ଥିବା ସୁଖିଲା ପତ୍ର ଓ ଗଛ ନେଗେଟିଭ ଶକ୍ତି ପ୍ରଦାନ କରିଥାଏ ।
୧୦. ଯଦି ବଗିଚାରେ ଓ୍ଵାଟର ଫାଉଣ୍ଟେନ ଲଗାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଠୁ ଉପଯୁକ୍ତ ଦିଗ ଉତ୍ତର ।