ନିଶାରେ ଶ୍ରୀଦେବୀଙ୍କ ରୁମ୍‌କୁ ପଶି ଯାଇଥିଲେ ସଞ୍ଜୟ ଦତ୍ତ: ଅଭିନେତ୍ରୀଙ୍କ ଚିତ୍କାର ଶୁଣି ଦୌଡି ଆସିଥିଲେ ଷ୍ଟୁଡିଓ କର୍ମଚାରୀ…

ମୁମ୍ବାଇ ୦୨/୧୦ : ବଲିଉଡ୍‌ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ଆଜିଯାଏ, ସେ ନିଜର ବିବାଦୀୟ ଆଚରଣକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଅନେକ ଥର ସେ ନିଜର ଏଭଳି ବ୍ୟବହାର ପାଇଁ କଳାକାରଙ୍କ ସହ ନିଜ ସମ୍ପର୍କକୁ ମଧ୍ୟ ଖରାପ କରୁଥିଲେ। ଏଭଳି ଏକ ଘଟଣା ଶ୍ରୀଦେବୀଙ୍କ ସହ ଘଟିଥିଲା। ସଞ୍ଜୟ ଦତ୍ତ ନିଶାଗ୍ରସ୍ତ ଅବସ୍ଥାରେ ଅଭିନେତ୍ରୀଙ୍କ କୋଠରୀରେ ପଶି ଯାଇଥିଲେ। ଯାହା ପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ହେଲେ ପରେ ତାଙ୍କୁ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମ୍‌ରାହରେ ଅଭିନେତାଙ୍କ ସହ ସ୍କ୍ରିନ ସେୟାର କରିବାକୁ ପଡ଼ିଥିଲା।

୧୯୮୩ ତଥା ୮୦ ଦଶକରେ ଶ୍ରୀଦେବୀ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ। ସେତେବେଳେ ସଞ୍ଜୟ ନିଜ କ୍ୟାରିୟର ଆରମ୍ଭ କରୁଥିଲେ। ଶ୍ରୀଦେବୀ-ଜିତେନ୍ଦ୍ର ନିଜର ଫିଲ୍ମ ‘ହିମ୍ମତବାଲା’ ଶୁଟିଂ କରୁଥିଲେ। ସଞ୍ଜୟ ସେତେବେଳେ ଶ୍ରୀଦେବୀଙ୍କ ବଡ ପ୍ରଶଂସକ ଥିଲେ। ଶୁଟିଂ ସମୟରେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ନିଶା ଚୁର ହୋ ସଞ୍ଜୟ ତାଙ୍କ ରୁମ୍‌ରେ ପଶିଯାଇଥିଲେ। ସେତେବେଳେ ତାଙ୍କ ଆଖି ଲାଲ ଥିଲା ଏବଂ ସେ ନିଶାରେ ଥଲେ। ଢ଼ଳି ଢ଼ଳି ସେ ଚାଲୁଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଶ୍ରୀଦେବୀ  ଖୁବ୍‌ ଡରି ଯାଇଥିଲେ । ଏଥିପାଇଁ ସେ ବଡ ପାଟିରେ ଚିତ୍କାର କରିଥିଲେ। ପରେ ବହୁତ କଷ୍ଟରେ ସେଠାରୁ ତାଙ୍କୁ ଲୋକମାନେ ବାହାର କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇ ଯାଇଥିଲା।

ଧିରେ ଧିରେ ଅଭିନେତା ଜଣେ ଫିଲ୍ମ ଷ୍ଟାର ଭାବେ ଲୋକପ୍ରିୟ ହୋଇଥିଲେ। ସଞ୍ଜୟ ଅଧିକ  ଲୋକପ୍ରିୟ ହେବା ହେତୁ ଷ୍ଟାରଡମ୍‌ ପାଇଁ ଶ୍ରୀଦେବୀ ତାଙ୍କ ସହ ପରେ କାମ କରିବାକୁ ରାଜି ହୋଇଥିଲେ। ହେଲେ ଫିଲ୍ମ ଶୁଟିଂ ବେଳେ କେହି କାହା ସହ କଥା ହେଉ ନ ଥିଲେ। ରୋମାଣ୍ଟିକ୍‌ ଦୃଶ୍ୟ ଶୁଟିଂ କରିବା ପରେ ଉଭୟ ଅଲଗା ରାସ୍ତାରେ ଚାଲିଯାଉଥିଲେ।

Spread the love