କଂଗ୍ରେସ ଭବନ ଆଗରେ ବିକ୍ଷୋଭ, ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ନାରା ଦେଲେ କର୍ମୀ

ଭୁବନେଶ୍ୱର,୦୩/୧୦: ପ୍ରଥମେ ବିକ୍ଷୋଭ ପରେ ସଫେଇ । ପିପିଲି ଉପ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷର ମାହୋଲ କଂଗ୍ରେସ ଭବନ ପରିସରରେ ଦେଖିବାକୁ ମିଳିଥିଲା । ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଥିଲେ କର୍ମୀ। ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି କିନ୍ତୁ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ବର, ତିର୍ତ୍ତୋଲରେ ନିରଞ୍ଜନ ଟିକଟ ବିକିଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ପୁଣି ଶାସକ ଦଳ ସହ ସମଝୋତା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଳୀ ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବିକ୍ଷୋଭର କିଛି ସମୟ ପରେ କିଛି ଯୁବକ ପ୍ରତିକ୍ରିୟା ରଖିଥିଲେ ଯେ ବିକ୍ଷୋଭ କରୁଥିବା ଲୋକମାନେ କଂଗ୍ରେସ ଦଳର ନୁହଁନ୍ତି । କଂଗ୍ରେସକୁ ବଦନାମ କରିବା ପାଇଁ ଏଭଳି କରାଯାଉଛି । ଆମେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଚେଲ୍ଲାକୁମାରଙ୍କ ସହ ଅଛୁ ଆଗକୁ ବି ରହିବୁ ।

Spread the love