ପତଞ୍ଜଳି କନ୍ୟା ଗୁରୁକୂଳମର ତୃତୀୟ ମହଲରୁ ଡେଇଁ ସାଧ୍ୱୀଙ୍କ ଆତ୍ମହତ୍ୟା, ସୂଇସାଇଡ୍ ନୋଟ୍ ଜବତ

ହରିଦ୍ୱାର ୦୩/୧୦ : ହରିଦ୍ୱାର ପତଞ୍ଜଳି କନ୍ୟା ଗୁରୁକୂଲମରେ ଜଣେ ସାଧ୍ବୀ ଆତ୍ମହତ୍ୟା କରିଛନ୍ତି। ସେ ବିଲଡିଂର ତୃତୀୟ ମହଲରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ୨୪ ବର୍ଷୀୟ ଏହି ଯୁବତୀଙ୍କ ଘର ମଧ୍ୟ ପ୍ରଦେଶର ଦେବାଙ୍ଗରେ। ପୋଲିସକୁ ଘଟଣାସ୍ଥଳରୁ ସୂଇସାଇଡ ନୋଟ ମଧ୍ୟ ମିଳିଛି। ସୂଇସାଇଡ ନୋଟରେ ଜୀବନରେ ହତାଶ ହୋଇପଡିଥିବା ଲେଖା ହୋଇଛି। ବହାଦାରବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି। ସାଧ୍ବୀଙ୍କ ଆତ୍ମହତ୍ୟା ପରେ ଗୁରୁକୂଲମରେ ଚାଞ୍ଚଲ୍ୟ ଖେଳି ଯାଇଛି।

ବହାଦାରବାଦ ଟ୍ରେନି ଡେପୁଟି ଏସପି ପରଭେଜ ଅଲି କହିଛନ୍ତି ଯେ ସୂଇସାଇଡ ନୋଟ ସ୍ପଷ୍ଟ ନାହିଁ। ସେଥିରେ ଭକ୍ତି ସମ୍ପର୍କରେ ଲେଖାଯାଇଛି, ଈଶ୍ୱରଙ୍କ ମଧ୍ୟରେ ଲୀନ ହୋଇଯିବା କଥା ମଧ୍ୟ ଲେଖାଯାଇଛି। ଆତ୍ମହତ୍ୟା ସମ୍ପର୍କରେ ଯୁବତୀଙ୍କ ଘରଲୋକଙ୍କୁ ସୂଚନା ଦିଆଯାଇଛି। ମାମଲା ପତଞ୍ଜଳି ଭିତରର। ଘରଲୋକ ଆସିବା ପରେ ଶବ ବ୍ୟବଛେଦ କରାଯିବ।

Spread the love