ଆସନ୍ତାକାଲି ଦିନିକିଆ ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, BSKY ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଗଜପତି, ୦୩/୧୦: ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ । ସେ ସକାଳୁ ହେଲିକପ୍ଟର ଯୋଗେ ଆସି ୧୧ଟା ସମୟରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଁଞ୍ଚିବେ । ପ୍ରଥମେ BSKY ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବେ ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି ।

ଜିଲ୍ଲାରେ ମୋଟ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକା ଭୁକ୍ତ କରାଯାଇଥିବା ବେଳେ  ତାଦ୍ବାରା ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । ସେହିଭଳି ଭାବରେ ୭୯୬ କୋଟି ଟଙ୍କାର ମୋଟ ୩୬ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ମଧ୍ୟରେ ଅନେକ ମେଗା ପ୍ରକଳ୍ପ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

Spread the love