ଆଜି ଦେବଗଡ଼ ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ, ଉପକୃତ ହେବେ ୭୮ ହଜାର ୬୧୫ ଜନସାଧାରଣ

ଆଜି ଦେବଗଡ଼ ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡ଼ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ନବୀନ । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ୭୮ ହଜାର ୬୧୫ ଜନସାଧାରଣ ଉପକୃତ ହେବେ ।ଜିଲ୍ଲାର ୩ଟି ବ୍ଲକର ୭୦ଟି ପଞ୍ଚାୟତରେ ହେଲ୍‌ଥ କାର୍ଡ ବଣ୍ଟନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାରକୋଟ ବ୍ଲକର ୨୪ଟି ପଞ୍ଚାୟତରେ ୨୮ହଜାର ୬୯, ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭ହଜାର ୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯ ହଜାର ୮୬୨ ଏବଂ ଦେବଗଡ଼ ପୌରପରିଷଦର ୧୧ଟି ୱାର୍ଡରେ ୩ ହଜାର ୫୦୯ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବ ।ଏହି ଅବସରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ଓ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ BSKY ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯିବା ସହ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ କିଛି ପ୍ରକଳ୍ପର ଲୋକାର୍ପଣ ହେବ। ଗତ ୪୫ ଦିନରେ ରାଜ୍ୟରେ ୧୦ଲକ୍ଷ ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦିଆଯାଇଛି ।

ତେବେ ପର୍ଯ୍ୟାୟକ୍ରମେ ନଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର। ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା ।

Spread the love