କଟକରେ ପୁଣି ଫାଟିଲା ପାଣି ପାଇପ୍, ଜଳାର୍ଣ୍ଣବ ବାଦାମବାଡ଼ି

କଟକରେ ପୁଣି ଫାଟିଲା ପାଣି ପାଇପ୍ । ବାଦାମବାଡ଼ିରେ ରାସ୍ତା ଉପରେ ମାଡ଼ି ଗଲା ପାଣି । କଟକ ରାଜାବଗିଚାରେ ଆଜି ହଠାତ୍ ପାଣି ପାଇପ୍ ଫାଟି ଯାଇଥିଲା ।୩୦ ଫୁଟ୍ ଉଚ୍ଚରେ ଉପରକୁ ବାହାରିଥିଲା ପାଣି । ଫଳରେ ବାଦାମବାଡ଼ି ରାସ୍ତା ଜଳାର୍ଣ୍ଣବ ହୋଇ ଯାଇଥିଲା । ବହୁ ସମୟ ପାଇଁ ଏହି ରାସ୍ତାରେ ଦେଖାଦେଇଥିଲା ଟ୍ରାଫିକ ସମସ୍ୟା ।ପୂର୍ବରୁ ଗତ ୬ ତାରିଖରେ ରାଜାବଗିଚା ରିଂ ରୋଡ୍ରେ ପାଣି ପାଇପ୍ ଫାଟି ଥିଲା । ପୂର୍ବରୁ କଟକ ସହରରେ ବୋରିଂ ଜରିଆରେ ପାଣି ଯୋଗା ଯାଉଥିଲା । ଏବେ ମହାନଦୀ ଇନଟେକ୍ ଓ୍ଵାଟର ଯୋଗାଇବାକୁ ଟେଷ୍ଟିଂ ଚାଲିଛି ।ସିଡିଏରେ ୧୨୯ ହଜାର ଏମଏଲଡି କ୍ଷମତା ସମ୍ପନ୍ନ ଜଳ ବିଶୋଧନାଗାର କାମ ସରିଛି । ଏଥିପାଇଁ ପାଇପଗୁଡ଼ିକ ଟେଷ୍ଟିଂ ପ୍ରେସର ନେଇ ପାରୁ ନଥିବାରୁ ପାଣି ପାଇପ୍ ଫାଟିଥିବା ଜଣା ପଡିଛି ।

Spread the love