ବନ୍ଧୁ- ବନ୍ଧକ-ବିଲ: ମନିଷ ହତ୍ୟାର କାରଣ ବିଲ ପେମେଣ୍ଟ !

ବନ୍ଧୁ- ବନ୍ଧକ-ବିଲ । ସମୟ ଘୁଞ୍ଚୁଛି, ସସପେନ୍ସ ବଢୁଛି । ଭୁବନେଶ୍ୱରରେ ଘଟିଲା ଘଟଣା, କନ୍ଧମାଳରୁ ହେଲେ ଅଟକ । ରହସ୍ୟର ରାହାଜାନୀ ଭିତରେ ପାତ୍ରପଡ଼ାର ପୋଖରୀ । ସତରେ ସେଦିନ ଘଟିଥିଲା କଣ ? କେବଳ ହୋଟେଲ ସାଉଥ ସିଟିରେ ନଥିଲା ଏମାନଙ୍କ ପୋଗ୍ରାମ । ଏହା ବ୍ୟତୀତ ଆହୁରି ଦୁଇଟି ବାରରେ ଏଣ୍ଟ୍ରି କରିଥିଲେ । ସାରା ରାତି ବାରରେ ପାର୍ଟି କରିଥିଲେ ମନିଷ ଓ ତାଙ୍କ ବନ୍ଧୁ । ପ୍ରଥମେ ମନିଷଙ୍କ ସହ ହିମାଂଶୁ ବେହେରା ଓ ଅମ୍ରିତ ବିଶ୍ୱାଳ ରହିଥିବା ବେଳେ ସଂନ୍ଧ୍ୟା ୫ଟା ୩୦ ରେ ଆସିଥିଲେ ଲିଟୁ ଓରଫ ଦିନେଶ ମହାପାତ୍ର ଏବଂ ମୁନ୍ନା ଓରଫ ମୃତ୍ୟୁଞ୍ଜୟ ମିଶ୍ର ।

ତେବେ ସେ କାଳ ରାତିରେ କଣ ଘଟିଲା ? ମଜ୍ଜା ମସୁଗଲରେ ଚାଲିଥିବା ପାର୍ଟିରେ କିଏ ରଚିଲା ମୃତ୍ୟୁର ଷଡ଼ଯନ୍ତ୍ର । କାହିଁକି ସେମାନଙ୍କ ଭିତରେ ହୋଇଥିଲା ବିବାଦ ? ଓ ରାତି ଅଧରେ କାହିଁକି ମନିଷ ଏମରଜେନ୍ସି ବାପାଙ୍କୁ ଟଙ୍କା ମାଗିଲେ ? ଏ ତମାମ ପ୍ରଶ୍ନର ଉତ୍ତର ଖୋଜୁଥିବା ପୋଲିସ ଘଟଣାର ଖିଅ ପାଖରେ ଖୁବ ଶୀଘ୍ର ପହଁଚିବାକୁ ଯାଉଛି । ସେପଟେ ଜେରା ବେଳେ ସତ ଓଗାରିଛନ୍ତି ସେଦିନ ରାତିରେ ଥିବା ସାଥି । ବାରରେ ବିଲ ପେମେଣ୍ଟ କରିବାକୁ ଯାଇ ହୋଇଥିଲା ବିବାଦର ସୂତ୍ର ପାତ । ବାରରେ ପ୍ରାୟ ୩୫ରୁ ୪୦ ହଜାର ଟଙ୍କାର ବିଲ ହୋଇଥିବାବେଳେ, ମନୀଷ ଟଙ୍କା ନଦେବାରୁ ପାଟିତୁଣ୍ଡ ହୋଇଥିଲା ।

ଶେଷରେ ବାର କର୍ତ୍ତୁପକ୍ଷଙ୍କ ପାଖରେ ନିଜ ମୋବାଇଲକୁ ବନ୍ଧକ ରଖିଥିଲେ ମନୀଷ । ପରେ ବାପା ନବୀନ ଦାସଙ୍କ ଠାରୁ ଟଙ୍କା ଆଣି ହୋଟେଲରେ ପେମେଣ୍ଟ କ୍ଲିଅର କରିଥିଲେ । ଏବଂ ଏହା ପରେ ଏକାକୀ ବାହାରକୁ ବାହାରିଥିବା ସିସିଟିଭିରେ କଏଦ ହୋଇଛନ୍ତି ମୃତ ମନିଷ । ତେବେ ବନ୍ଧୁ ମାନଙ୍କ ସହ ବାରରେ ଥିବା ମନିଷ ବାହାରିଲା ବେଳକୁ କାହିଁକି ଏକାକୀ ଆସିଥିଲେ । ଯଦି ପାର୍ଟି ବେଳେ ଅନ୍ୟମାନେ ଥିଲେ, ତେବେ ପେମେଣ୍ଟ ବେଳେ କୁଆଡ଼େ ଗଲେ ? ରାତି ୩. ୨୯ରେ ହୋଟେଲ ସାଉଥ ସିଟିରୁ ଏକାକୀ ମନିଷ ବାହାରିଛନ୍ତି ।

ସେପଟେ ହୋଟେଲରୁ ବାହାରିବା ପରେ ଚାଲି ଚାଲି କାର ଅଭିମୁଖେ ଯାଉଥିବା ସିସିଟିଭିରେ କଏଦ ହୋଇଛନ୍ତି । ତେବେ ଶେଷ ଚିତ୍ରରେ ଥିବା ମନିଷ ଏହା ପରେ କେଉଁ ଆଡକୁ ଯାଉଛନ୍ତି ଏବଂ ସାଥିରେ ଅନ୍ୟକେଉଁମାନେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସବୁ ପରେ ଅକ୍ଟୋବର ୯ ତାରିଖର ଘଟଣା ଏବେ ବି ସସ୍ପପେନ୍ସରେ । ସାରା ରାତି ସାଥିରେ ଥିବା ବନ୍ଧୁ କଣ ଶେଷରେ ବେଇମାନ ସାଜିଲେ । ନାଁ ବିଲ ପେମେଣ୍ଟରୁ ସୂତ୍ରପାତ ହୋଇଥିବା କଳହ ମୃତ୍ୟୁର ନକ୍ସା ଆଙ୍କିଥିଲା । ଏ ସମସ୍ତ ରହସ୍ୟର ଗୁମର ଖୋଲିବ କି ବନ୍ଧୁ- ବନ୍ଧକ ଓ ବିଲ ?

Spread the love