ନାବାଳିକାଙ୍କୁ ଉଦ୍ଧାର କରିବ ‘ପ୍ରାରମ୍ଭ’, କମିଶନରେଟ୍ ପୋଲିସ ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ ଏହି ଯୋଜନା । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ୩ ଶହରୁ ୩୫୦ ଅପହରଣ ମାମଲା ରୁଜୁ ହୋଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଆରମ୍ଭ କରିଛି ପ୍ରାରମ୍ଭ ଯୋଜନା ।
ଅଧିକାଂଶ ଘଟଣାରେ ଦେଖିବାକୁ ମିଳୁଛି, ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି । ଯାହାକି ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛି । ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକା ଉଦ୍ଧାର କରାଯାଇଥିଲା । ୨୯୫ ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ । ତଥାପି ଆଉ କିଛି ବାକି ରହିଛି ।

ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଲୋକଙ୍କୁ ସଚେତନ କରିବୁ । ଦରକାର ପଡିଲେ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ । ଆହୁରି ମଧ୍ୟ ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ଜାରି ହେଲ୍ପ ଲାଇନ ନମ୍ବର ୨୫୪୫୪୪୫ ଜାରି କରିଛି । ଯିଏ ଚାହିଁବ ଏହି ନମ୍ୱରରେ ଯୋଗାଯୋଗ କରି ପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ ।

Spread the love