ପାର୍ବଣରେ ବ୍ୟାପୁଛି କରୋନା, ୨ଟି ଟ୍ରେନର ୫୫ ଯାତ୍ରୀ କୋଭିଡ୍ ସଂକ୍ରମିତ

ଦେଶରେ ଚାଲିଛି ପାର୍ବଣ ଋତୁ । ନବରାତ୍ରୀ ପରେ ଦିପାବଳୀ ଓ ଛଟ୍ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଅନ୍ୟପଟେ କରୋନା ସଂକ୍ରମଣ ମାମଲା ବଢ଼ୁଛି । ଗୋଟିଏ ପରେ ଗୋଟିଏ ମାମଲା ବଢ଼ିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । କରୋନା ସଂକ୍ରମଣ ବ୍ୟାପୁଥିବାରୁ ପୁଣି ଥରେ ରେଲୱେ ଷ୍ଟେସନରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି ।

ଝାଡ଼ଖଣ୍ଡର ହାଟିଆ ଷ୍ଟେସନରେ କରୋନା ଟେଷ୍ଟ କରାଯାଉଛି । ଟ୍ରେନରୁ ଓହ୍ଲାଇଥିବା ଯାତ୍ରୀଙ୍କ ହେଉଛି ଆଣ୍ଟିଜେନ୍ ଟେଷ୍ଟ । ଶନିବାର ହାଟିଆ ଷ୍ଟେସନରୁ ଗୋଟିଏ ଥରରେ ୫୫ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ତପସ୍ୱିନୀ ଏକ୍ସପ୍ରେସ୍ ଓ ରାଉରକେଲା ଏକ୍ସପ୍ରେସରେ ହାଟିଆ ପହଞ୍ଚିଥିଲେ । ରେଲୱେ ଷ୍ଟେସନରେ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ୫୫ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

ସୂଚନା ଅନୁସାରେ, କୋଭିଡ୍ ଟେଷ୍ଟ ପାଇଁ ନମୁନା ଦେଇ ସମସ୍ତ ଯାତ୍ରୀ ପଳାଇଛନ୍ତି । ଯେତେବେଳେ କି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେଲେ ତାଙ୍କୁ ଆଇଲୋଲେସନ ସେଣ୍ଟର କିମ୍ବା କୋଭିଡ୍ ସେଣ୍ଟରରେ ଭର୍ତ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ତେବେ ନିର୍ଦ୍ଦେଶ ସତ୍ତ୍ୱେ ଯାତ୍ରୀଙ୍କୁ ଘରକୁ ଛଡ଼ା ଯାଇଛି । ଯେଉଁଥିପାଇଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।

Spread the love