ମମିତା ହତ୍ୟା ଘଟଣା : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ, କହିଲେ- ପୋଲିସ ଠିକ ଭାବେ ତଦନ୍ତ କରୁନି

ଭୁବନେଶ୍ବର ୨୪।୧୦:  ବିଜୟଙ୍କ ସାଂଘାତିକ ଅଭିଯୋଗ । ମମିତା ମେହେର ହତ୍ୟା ଘଟଣାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ । ଘଟଣାର ଦୁଇମାସ ପୂର୍ବରୁ ରାୟପୁରରେ ବୁଝାମଣା ପାଇଁ ଚେଷ୍ଟା ହୋଇଥିଲା । ଏନେଇ ଟେଲିଫୋନ କଲ୍ ରେକର୍ଡ ପୋଲିସର ହସ୍ତଗତ ହୋଇଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଘଟଣାରେ ପୋଲିସ ଠିକ ଭାବେ ତଦନ୍ତ କରୁନି । ଅଭିଯୁକ୍ତକୁ ପୋଲିସ କାହିଁକି ଜୁଡିସିଆଲ କନଫେକସନ୍ କଲାନାହିଁ । ଜିନିଷ ଚିହ୍ଟଟ ପାଇଁ ଟିଆଇ ପରେଡ କାହିଁକି ହୋଇନି । ଘଟଣାକୁ ଦୁର୍ବଳ କରିବାକୁ ପୋଲିସ ଉଦ୍ୟମ କରୁଛି । ଘଟଣାର ଠିକ ଭାବେ ତଦନ୍ତ କରିବାକୁ ବିଜୟ ଦାବି କରିଛନ୍ତି ।

Spread the love