ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ‘ଛିଛୋରେ’କୁ ଜାତୀୟ ପୁରସ୍କାର: ସୁଶାନ୍ତ ସିଂହ ରାଜପୁତଙ୍କୁ ଆୱାର୍ଡ ସମର୍ପିତ କଲେ ସାଜିଦ

ନୂଆଦିଲ୍ଲୀ ୨୫/୧୦ : ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରାଯାଇଛି। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଓ ସାଜିଦ ନାଡିୟାଡବାଲା ଦ୍ୱାରା ପ୍ରଯୋଜିତ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଆୱାର୍ଡ ଜିତିଛି। ସାଜିଦ ନାଡିୟାଡବାଲାଙ୍କ ପ୍ରଡକ୍ସନ ହାଉସର ଅଫିସିଆଲ ଆକାଉଣ୍ଟ ସୋସିଆଲ ମିଡ଼ିଆ ମାଧ୍ୟମରେ ସାଜିଦ ଓ ସୁଶାନ୍ତଙ୍କ ଏକ ଫଟୋ ସେୟାର କରି ଏକ ଭାବୁକ ନୋଟ ଲେଖିଛି। ସାଜିଦ ଏହି ଆୱାର୍ଡ ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କରିଛନ୍ତି।

ଏକ ଷ୍ଟେଟମେଣ୍ଟରେ ପ୍ରଡକ୍ସନ ହାଉସ ଲେଖିଛି ଯେ, ‘ଏନଜିଓରେ ଆଜି ଆମ ସମସ୍ତଙ୍କ ପାଇଁ ଗର୍ବଙ୍କ ମୁହୂର୍ତ୍ତ କାରଣ ଫିଲ୍ମ ଛିଛୋରେ ପାଇଁ ପ୍ରତିଷ୍ଠିତ ରାଷ୍ଟ୍ରୀୟ ପୁରସ୍କାର ମିଳିଛି। ଏହି ଖାସ ଫିଲ୍ମ ପାଇଁ ନୀତେଶ ତିୱାରୀଙ୍କୁ ଧନ୍ୟବାଦ। ସମସ୍ତଙ୍କ ସ୍ନେହ ଓ ଭଲପାଇବା ପାଇଁ ଆମେ ଆଭାରି। ଏହି ଆୱାର୍ଡ ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କରୁଛୁ।’

ସାଜିଦଙ୍କ ଏହି କାମ ପାଇଁ ପ୍ରଶଂସକ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଫିଲ୍ମ ଛିଛୋରେ ୬୫ ତମ ଫିଲ୍ମଫେୟାର ଆୱାର୍ଡରେ ୫ଟି ନାମାଙ୍କନ ପାଇଥିଲା ଯେଉଁଥିରେ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ଡାଇଲଗ ଓ ଶ୍ରେଷ୍ଠ ଏଡିଟିଂ ସାମିଲ ଥିଲା। ଫିଲ୍ମରେ ଦର୍ଶାଯାଇଥିଲା ଯେ ଲକ୍ଷ୍ୟସ୍ଥଳ ଅପେକ୍ଷା ଜୀବନ ଯାତ୍ରା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ହାରିବା ଜିତିବା ଭଳି ଗୁରୁତ୍ୱପୂର୍ଣ୍ଣ।

Spread the love