ଆସନ୍ତାକାଲି ପୁରୀରେ ଗର୍ଜିବେ ବିଜେଡିର ଯୁବ ଓ ଛାତ୍ର ନେତା

ପୁରୀ, ୨୫/୧୦: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ଆରମ୍ଭ ହୋଇଛି ସ୍ୱତନ୍ତ୍ର ରଣନୀତି। ପୁରୀରେ ଗର୍ଜିବେ ବିଜେଡିର ଯୁବ ଓ ଛାତ୍ର ନେତା। ଆସନ୍ତାକାଲି ଠାରୁ ପୁରୀ ବାଲିଘାଇ ଅଞ୍ଚଳରେ ହେବ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର। ରାଜ୍ୟ ସ୍ତରୀୟ ବିଜେଡି ଯୁବ ଏବଂ ଛାତ୍ର ସମାବେଶରେ ୩୫ଟି ଜିଲ୍ଲାର ସାଂଗଠନିକ ଯୁବ ଓ ଛାତ୍ର ନେତୃବୃନ୍ଦ ୩୧୪ଟି ବ୍ଲକର ପ୍ରତିନିଧି ଓ ୧୧୯ଟି ପୌରାଞ୍ଚଳର ଯୁବ କାର୍ଯ୍ଯକର୍ତ୍ତା ଓ ବିଜେଡି ଆଇଟି ସେଲର କାର୍ଯ୍ଯ କର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର କରାଯାଉଛି। କାଲି କେବଳ ଯୁବ ବିଜେଡି ସମାବେଶ ଥିବାବେଳେ ୨୭ରେ ରହିଛି ବିଜେଡି ଛାତ୍ର ସମାବେଶ। ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ।

Spread the love