କାଚ ଗ୍ଲାସରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର: ରହିଛି ଏହିସବୁ ଫାଇଦା

ଭୁବନେଶ୍ୱର୨୫/୧୦ : ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସର ବ୍ୟବହାର କରୁ। କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତେବେ ଆପଣ ଲାଭ ପାଇବେ।

ସାଧାରଣତ ଯେତେବେଳେ ଆପଣ ପ୍ଲାଷ୍ଟିକ୍ ବୋତଲ କିମ୍ବା ଷ୍ଟିଲ ଗ୍ଲାସରେ ପାଣି ପିଅନ୍ତି ଏହାର ସ୍ୱାଦ ସାଧାରଣ ପାଣି ଠାରୁ ଟିକିଏ ଅଲଗା ଲାଗିଥାଏ। କିଛି ବାସ୍ନା ମଧ୍ୟ ଆସେ। ଏହାର କାରଣ ହେଉଛି ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ। ଯାହା ପାଣି ମାଧ୍ୟମରେ ଶରୀରକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ। କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ କୌଣସି ପ୍ରକାରର ରାସାୟନିକ ପଦାର୍ଥର ବିପଦ ନଥାଏ। ଆହୁରି ମଧ୍ୟ କୌଣସି ପ୍ରକାରର ଗନ୍ଧ କିମ୍ବା ସ୍ୱାଦରେ ପରିବର୍ତ୍ତନ ହୋଇନଥାଏ।

ଯେତେବେଳେ କାଚ ଗ୍ଲାସ୍, ବୋତଲରେ ପାଣି ରଖାଯାଏ, ତାହା ଦିନସାରା ସତେଜ ରହିଥାଏ। ଆହୁରି ମଧ୍ୟ ଏଥିରେ ପାଣି ସଫା ଅଛି କି ନାହିଁ ଜାଣିବା ସହଜ ହୋଇଥାଏ। କାଚ ଗ୍ଲାସଟି ପରିଷ୍କାର ହୋଇଥିବାରୁ ପାଣିରେ ଥିବା ମଇଳା ମଧ୍ୟ ଶୀଘ୍ର ଜଣାପଡ଼ିଯାଏ।

Spread the love