୧୧ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା କୃଷକ ସଂଘ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ଶ୍ରୀ ଗଣେଶ କୃଷକ ସଂଘର ସଭାପତି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଚାଷୀମାନେ ଦାବିପତ୍ର ଦେଇଛନ୍ତି । ମଣ୍ଡି ସମାସ୍ୟ ସହିତ ଟୋକନ ଟେନସନ୍, ଏନଏସି ଅଞ୍ଚଳର ଚାଷୀଂକୁ କାଳିଆ ଯୋଜନାରେ ସାମିଲ, ଚାଷୀଂକୁ କୃଷି ଶ୍ରମିକ ମାନ୍ୟତା, ମଣ୍ଡିରେ ତୁରନ୍ତ ଧାନ କିଣିବା ବ୍ୟବସ୍ଥା ଆଦି ୧୧ ଦଫା ଦାବି ନେଇ ବିନିକା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ପାଖକୁ ଦାବୀପତ୍ର ପ୍ରଦାନ କରିଛନ୍ତି l

ପ୍ରଥମେ ବିନିକା ସହର ଏବଂ ପ୍ରତିଟି ପଞ୍ଚ୍ୟାୟତର ଚାଷୀମାନେ ଏକତ୍ରିତ ହୋଇ ଯୋଗେଶ୍ଵର ମନ୍ଦିରଠାରେ ଚାଷୀମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା କିପରି ସମାଧାନ ହୋଇପାରିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପରେ ଯୋଗେଶ୍ଵର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଚାଷୀମାନେ ବାହାରି ସହର ପରିକ୍ରମା କରି ଜୟ ଯବାନ ଜୟ କିଶାନ ନାରା ଦେଇ ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ଦାବୀପତ୍ର ଦେଇଥିଲେ l ଆଗାମୀ ଦିନରେ ଚାଷୀ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ନ ହେଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

Spread the love