ମମିତା ମେହେର ହତ୍ୟା ନେଇ ବିଜେପିର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର : ମମିତା ମେହେର ହତ୍ୟାକୁ ନେଇ ବିଜେପି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଭଦ୍ରକ, ଜଗତସିଂହପୁର, ବୌଦ୍ଧରେ ଅଖ, ଚକ ବନ୍ଦ ଘୋଷଣା କରିଛି ଜିଲ୍ଲା ବିଜେପି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି କରିଛି ବିଜେପି। ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ଜିଲ୍ଲାର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି ।

ବନ୍ଦ ପୂର୍ବରୁ ଭଦ୍ରକ ସହରରେ ବିଜେପି ଯୁବମୋର୍ଚ୍ଚା ଶୋଭାଯାତ୍ର କରିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ନିବେଦନ କରିଛି ବିଜେପି । ତେବେ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିଜେପି ପ୍ରତିବାଦ କରି ଆସୁଛି । ମହିଳା ମୋର୍ଚ୍ଚା ସହରରେ ବିକ୍ଷୋଭ କରିବା ସହ ଯୁବମୋର୍ଚ୍ଚା ମଧ୍ୟ ପୂର୍ବରୁ ବିକ୍ଷୋଭ ଓ ପ୍ରତିବାଦ କରିଥିଲା । ସେହିପରି ଜଗତସିଂହପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପାଳନ ନେଇ ପୂର୍ବରୁ ଏ ବାବଦରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଥିବା ବେଳେ ଶୁକ୍ରବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକି ଯୋଗେ ପ୍ରଚାର କରାଯାଇଥିଲା । ଏହି ବନ୍ଦ ଡ଼ାକରାରେ ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳୁ ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପିକେଟିଂ ଆରମ୍ଭ କରିଥିବା ସହ ଆନ୍ଦୋଳନକୁ ଆଗକୁ ଅଧିକ ସକ୍ରିୟ କରାଯିବ ବୋଲି କହିଛନ୍ତି । ସେହିପରି ବୌଦ୍ଧ  ମମିତା ମେହେର ମୃତ୍ୟୁ ମାମଲାକୁ ନେଇ ତେଜୁଛି ବିବାଦ ।  ଏନେଇ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଥିଲା ଭାରତୀୟ ଜନତା ପାର୍ଟି ।

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ବିଜେପି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ୍ୟ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାର ସମସ୍ତ ୩ଟି ବ୍ଲକ ଏବଂ ବୌଦ୍ଧ ଏନଏସିରେ ବନ୍ଦ କରିବାକୁ ବିଜେପି ଡାକରା ଦେଇଛି । ବନ୍ଦର ପ୍ରଭାବରେ ଶନିବାର ଜିଲ୍ଲାରେ ଦୋକାନ ବଜାର,ଗାଡି ମୋଟର ଚଳାଚଳ ସହ ସରକାରୀ ବେସରକାରୀ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିଛି । ସକାଳୁ ସକାଳୁ ବିଜେପିର କର୍ମକର୍ତାମାନେ ବିଭିନ୍ନ ଛକରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ସହରର ବ୍ରିଜଛକ, ଏନ ଏସି ଛକ, ବୁଟୁପଳି ଛକ ଠାରେ ବହୁ ଯାନବାହାନ ଅଟକି ରହିଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ପେଟ୍ରୋଲିଂ କରାଯାଉଛି ।

Spread the love