ଅର୍ଜୁନ ପୁରସ୍କାର ଟ୍ରଫି ପାଇଲେ ଦୂତି ଚାନ୍ଦ

ଭୁବନେଶ୍ୱର: ଭାରତୀୟ ଅଲିମ୍ପିଆନ୍ ତଥା ଓଡ଼ିଆ ଦୌଡ଼ ରାଣୀ ଦୂତି ଚାନ୍ଦ ସୋମବାର ଅର୍ଜୁନ ପୁରସ୍କାରର ଟ୍ରଫି ଗ୍ରହଣ କରିଛନ୍ତି । ତାଙ୍କ ସହ ଅନ୍ୟାନ୍ୟ ବିଭାଗର ମୋଟ ୨୭ ଜଣ ଖେଳାଳି ସୋମବାର ନୂଆଦିଲ୍ଲୀରେ ଅର୍ଜୁନ ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି ।

 

ଦୂତି ଟ୍ୱିଟରରେ ଟ୍ରଫି ସହ ନିଜ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ବିଭିନ୍ନ ସୁବିଧା ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।ଅନ୍ୟପକ୍ଷରେ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଅର୍ଜୁନ ପୁରସ୍କାର ପାଇବା ପରେ ସ୍ତ୍ରୀଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ଅର୍ଜୁନ ପୁରସ୍କାର ନେଇ ପୂର୍ବରୁ ନାମ ଘୋଷଣା କରାଯିବା ସହ କରୋନା କଟକଣା କାରଣରୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବ ଆଜି ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି ।

Spread the love