ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ, ଜାଣନ୍ତୁ ସବୁଜ ବାଣ କ’ଣ…

ଭୁବନେଶ୍ୱର: ଏଥର ଦୀପାବଳିରେ ଫୁଟିବ ବାଣ । ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଉଚ୍ଚନ୍ୟାୟାଳୟ ଅନୁମତି ଦେଇଛନ୍ତି । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି । ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ ଦ୍ବାରା ଅନୁମତି ପ୍ରାପ୍ତ ବାଣକୁ ବ୍ୟବସାୟୀ ମାନେ ବିକ୍ରି କରିପାରିବେ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ ।

ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ ବାଣ ଫୁଟାଇବା ନେଇ ଆବେଦନ କରାଯାଇଥିଲା । ପୂର୍ବରୁ ଆବେଦନକାରୀଙ୍କ ସହିତ ଆଲୋଚନା କରି ରିପୋର୍ଟ ଦେବାକୁ ଏସଆରସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଶନିବାର ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚନ୍ୟାୟାଳୟରେ ଦାଖଲ କରିଥିଲେ ଏସଆରସି । ଏହି ରିପୋର୍ଟ ଆଧାରରେ ହାଇକୋର୍ଟ ଚୁଡାନ୍ତ ଶୁଣାଣି କରିଛନ୍ତି ।

Spread the love