ରାଶି ଅନୁସାରେ କିଣନ୍ତୁ ସୁନା, ଶୁଭ ଫଳ ପାଇବେ

ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ଦିନ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ସେବେଠାରୁ ଏହି ଦିନକୁ ଧନତେରସ ଭାବେ ପାଳନ କରାଯାଏ। ଏହି ଦିନ କିଣାକିଣିର ଅନେକ ମହତ୍ତ୍ୱ ରହିଛି। ଏହି ଦିନ କିଣାକିଣି କଲେ ୧୩ ଗୁଣ ଅଧିକ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଏହି ଦିନ ବଜାରରେ ଦୋକାନମାନଙ୍କରେ ଲୋକଙ୍କ ଭିଡ ଜମିଥାଏ। ଲୋକେ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ଜିନିଷ କିଣିଥାନ୍ତି। କିନ୍ତୁ ଘରକୁ ଫେରି ଉପଯୋଗ ପୂର୍ବରୁ ଏହି ଜିନିଷର ପୂଜା ନିଶ୍ଚୟ କରିବା ଉଚିତ। ଏଥର ଧନତେରସରେ କେଉଁ ରାଶିର ବ୍ୟକ୍ତିଙ୍କୁ କଣ କିଣିବା ଉଚିତ ଜାଣନ୍ତୁ।

ମେଷ – ମେଷ ରାଶିର ଗୁରୁ ମଙ୍ଗଳ। ଏହି ରାଶି ବ୍ୟକ୍ତିଙ୍କୁ ଧନତେରସ ଦିନ ସୁନା-ରୁପା ଗହଣା କିଣିବା ଶୁଭ ରହିବ। ପ୍ରପର୍ଟିରେ ନିବେଶ ମଧ୍ୟ ଲାଭଦାୟକ ହେବ।

ବୃଷ – ଧନତେରସରେ ବୃଷ ରାଶି ବ୍ୟକ୍ତିଙ୍କୁ ରୁପା କିମ୍ବା ହୀରା ଗହଣା କିଣିବା ଶୁଭ ରହିବ। ଯଦି ଗାଡି କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ଦିନ କିଣିପାରିବେ।

ମିଥୁନ – ମିଥୁନ ରାଶି ବ୍ୟକ୍ତି ଧନତେରସ ଦିନ ସୁନା-ରୁପାର ଯେକୌଣସି ଗହଣା, ବସ୍ତୁ ବା ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଶୁଭ ରହିବ।

କର୍କଟ – କର୍କଟ ରାଶି ବ୍ୟକ୍ତି ଏଥର ଧନତେରସରେ ରୁପା ଗହଣା କିଣିପାରିବେ। ଯଦି ସେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଲାଭଦାୟକ ହେବ।

ସିଂହ – ସିଂହ ରାଶିର ଗୁରୁ ଗ୍ରହ ସୂର୍ଯ୍ୟ। ସିଂହ ରାଶି ବ୍ୟକ୍ତି ଏଥର ସୁନା କିମ୍ବା ରୁପା ବସ୍ତୁ କିଣିବା ଶୁଭ ରହିବ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ଏଥର ଧନତେରସରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରିବେ। ତେବେ ଅଧିକ ଦାମୀ ଜିନିଷ କିଣିବେନି। ସୁନା କିମ୍ବା ରୁପା ଜିନିଷ ମଧ୍ୟ ଲାଭଦାୟକ ହେବ।

ତୁଳା – ତୁଳା ରାଶି ବ୍ୟକ୍ତି ଧନତେରସରେ ରୁପା ଜିନିଷ କିଣିପାରିବେ। ଭୁଲରେ ବି କୌଣସି କଳା ଧାତୁ କିଣନ୍ତୁ ନାହିଁ। ସେୟାର ମାର୍କେଟରେ ନିବେଶ କରିବା ମଧ୍ୟ ଲାଭଦାୟକ ହେବ।

ବିଛା – ବିଛା ରାଶି ବ୍ୟକ୍ତି ଏହି ଦିନ ପ୍ରପର୍ଟିରେ ନିବେଶ କରିବା ଯୋଜନା ଠିକ ରହିବ ଏବଂ ଇଚ୍ଛା ଅନୁସାରେ ଲାଭ ମଧ୍ୟ ମିଳିବ। ସୁନା ରୁପା ମଧ୍ୟ କିଣିପାରିବେ।

ଧନୁ – ଧନୁ ରାଶି ବ୍ୟକ୍ତି ଏଥର ସୁନା ଆଭୂଷଣ କିଣି ପାରିବେ। ଯଦି ଜମି କିଣିବାକୁ ଚାହୁଁଛନ୍ତି ତାହେଲେ ଧନତେରସ ଦିନ ହିଁ ଦିଲ ଫାଇନାଲ କରନ୍ତୁ।

ମକର – ମକର ରାଶି ବ୍ୟକ୍ତିଙ୍କ ପାଇଁ ରୁପା ଗହଣା କିମ୍ବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଶୁଭ ରହିବ।

କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ଏହି ଦିନ ରୁପା କିମ୍ବା ଧଳା ରଙ୍ଗର ଆଭୂଷଣ କିଣି ପାରିବେ। ସେୟାର ମାର୍କେଟ କିମ୍ବା ବ୍ୟାଙ୍କ ସ୍କିମରେ ନିବେଶ କରିବା ମଧ୍ୟ ଲାଭଦାୟକ ହେବ।

ମୀନ – ସୁନା କିମ୍ବା ରୁପା ଆଭୂଷଣ କିଣିପାରିବେ | ବାସନ କିଣୁଥିଲେ କୁବେରଙ୍କ ନାଁରେ ଧଳା ଓ ଧନ୍ଵନ୍ତରୀଙ୍କ ନାଁରେ ହଳଦିଆ ଧାତୁ କିଣିପାରିବେ

Spread the love