ଦୀପାବଳିରେ ଘରକୁ ଆଣନ୍ତୁ ଏହି ଜିନିଷ; ମା’ ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

ଆଲୋକ ଓ ଅନନ୍ଦର ପର୍ବ ହେଉଛି ଦୀପାବଳି । ସୁଖ ଓ ସମୃଦ୍ଧିକୁ ସାଙ୍ଗରେ ଆଣି ବର୍ଷକୁ ଥରେ ଆସେ ଦୀପାବଳି । ଦୀପାବଳି ପୂର୍ବରୁ ପଡିଥାଏ ଧନତେରାସ୍ । ଏହି ଦିନ ଗୁଡିକ ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ହେଉ କିମ୍ବା ଧନତେରାସ୍, ଏହି ଦିନରେ ସୁନା, ରୂପା ଅଳଙ୍କାର କିମ୍ବା କୌଣସି ନୂଆ ଜିନିଷ ଘରକୁ ଆଣିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି କୁହାଯାଏ । କିନ୍ତୁ କେବଳ ଯେ ଦାମି ଜିନିଷ କିଣିଲେ ଘରକୁ ସମୃଦ୍ଧି ଆସିବ ତାହା ନୁହେଁ, ଏମିତି ବି କିଛି ସାମାନ୍ୟ ଜିନିଷ ଅଛି, ଯାହାକୁ ଏହି ଦିନ କିଣିବା ଦ୍ୱାରା ମା’ଙ୍କର କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ…

ଲୁଣ: ଲୁଣ ସହିତ ମାତା ଲକ୍ଷ୍ମୀଙ୍କର ଅନେକ ସମ୍ବନ୍ଧ ରହିଛି । ତେଣୁ ଦୀପାବଳି ଦିନ ଘରକୁ ଏକ ଲୁଣ ପ୍ୟାକେଟ ଆଣନ୍ତୁ ।

ଖଣ୍ଡ ହଳଦୀ: ଖଣ୍ଡ ହଳଦୀକୁ ଏହି ଦିନ କଣିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଓ ଘରକୁ ଐଶ୍ୱର୍ଯ୍ୟ ଆସିଥାଏ । ଧନ ପ୍ରପ୍ତି ପାଇଁ ବାଟ ଖୋଲିଯାଏ ।

ଗୋମତି ଚକ୍ର: ଏହି ଦିନ ଗୋମତି ଚକ୍ର ମକିଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ଶ୍ରୀଯନ୍ତ୍ର ଅବା କୁବେର ଯନ୍ତ୍ରକୁ ଏହି ଦିନ ଘରକୁ ଆଣି ଧନ ଥିବା ସ୍ଥାନରେ ରଖିଲେ କ୍ରମେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ।

କଉଡି: ଦୀପାବଳି ଦିନ କିଛି କଉଡିକୁ ଆଣି ଠାକୁର ଘରେ କିମ୍ବା ସିନ୍ଦୁକରେ ରଖିଲେ ଘରୁ କ୍ରମେ ଅଭାବ ଦୂର ହୋଇଥାଏ ।

Spread the love