ଆପୋଲ ବିଲ୍‌ଡ଼ର ଦୀପକ ମହାନ୍ତି ଗିରଫ, ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୦୭।୧୧: ଆପୋଲ ବିଲ୍‌ଡ଼ର ଗିରଫ । ଆପୋଲ ବିଲଡ଼ର ଦୀପକ ମହାନ୍ତିଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ । ହିତାଧିକାରୀଙ୍କୁ ଠକିଥିବା ଅଭିଯୋଗରେ ଗିରଫ କରିଛି କମିଶନରେଟ୍‌ ପୋଲିସ ।

ଖବର ଅନୁଯାୟୀ, ୨୦୧୫ ମସିହାରେ ବ୍ରହ୍ମପୁରର ହିତାଧିକାରୀଙ୍କ ଠାରୁ ଘର ଓ ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ । ହେଲେ ଏହାପରେ କୌଣସି ଘର କିମ୍ବା ଜମି ଯୋଗାଇଦେଇନଥିଲେ । ଶେଷରେ ବ୍ୟକ୍ତି ଜଣଙ୍କ ପୋଲିସର ଆଶ୍ରୟ ନେଇଥିଲେ । କମିଶନରେଟ୍‌ ପୋଲିସ ଘଟଣାରେ ତଦନ୍ତ କରି ଆପୋଲ ବିଲ୍‌ଡ଼ର ଦୀପକ ମହାନ୍ତିଙ୍କୁ ଗିରଫ କରିଛି । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି କମିଶନରେଟ୍‌ ପୋଲିସ ।

Spread the love