କଂଗ୍ରେସ ଅଧିକାର ଦିବସ ନାରେ ଶକ୍ତିପ୍ରଦର୍ଶନ କରିବ ଦଳ

ଉମରକୋଟ ୦୭/୧୧: ପ୍ରଦୀପ ମାଝୀଙ୍କ ସାଂଗଠାନିକ ଭାବେ ବିଜେଡିରେ ଯୋଗଦାନ ପରେ ଜିଲ୍ଲା କଂଗ୍ରେସ ଚାଲେଞ୍ଜ କରି ଆଜି ପ୍ରଦୀପ ମାଝୀଙ୍କ ଜନ୍ମ ମାଠି ଝରିଗାଁ ଠାରେ କଂଗ୍ରେସ ଅଧିକାର ଦିବସ ନାରେ କଂଗ୍ରେସ ଶକ୍ତିପ୍ରଦର୍ଶନ କରିବ ।

ଏହି କାର୍ଯ୍ୟକ୍ରମ ଝରିଗାଁ ବ୍ଲକ ଫୁପୁଗାଁ ଖେଳ ପଡ଼ିଆ ଠାରେ ହେଉଥିବା ବେଳେ ଏଠାରେ ଅଲ ଇଣ୍ଡିଆ କଂଗ୍ରେସ ର ସାଧାରଣ ସମ୍ପାଦକ ଭକ୍ତ ଚରଣ ଦାସ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଲ ମାଝୀଙ୍କ ଉପସ୍ଥିତରେ ୩୦୦୦ ଲୋକର ସମାଗମ ସହ ଆନୁଷ୍ଠାନିକ ଭାବେ ଅନ୍ୟ ଦଳର କିଛି କର୍ମୀ ମିଶିବେ ବୋଲି ସୂଚନା ମିଳିଛି । ତେବେ ଗତକାଲି ପ୍ରଦୀପ ମାଝୀ ବିଜେଡି ରେ ମିଶିବା ପରେ ନିଜ ବ୍ଲକ ଝରିଗାଁର ନେତା ମାନେ ଦଳ ଛାଡି କଂଗ୍ରେସ ରେ ମିଶିବା ନେଇ ଅଞ୍ଚଳରେ ରାଜନିତୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Spread the love