ମାଗଣା ରାସନ ଯୋଜନା ୬ ମାସ ବଢାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ ୦୭/୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜଧାନୀବାସୀଙ୍କ ପାଇଁ ମାଗଣା ରେସନ ଯୋଜନା ୬ ମାସ ବଢ଼ାଇଛନ୍ତି । ଏହା ସହ ସେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମିଳୁଥିବା ରାସନକୁ ଆଉ ୬ ମାସ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ମୁଦ୍ରାସ୍ଫୀତି ବହୁତ ଅଧିକ ହୋଇଛି। ସାଧାରଣ ଲୋକ ମଧ୍ୟ ଦୁଇଥର ରୁଟି ପାଇବା କଷ୍ଟକର ହୋଇପଡୁଛି। ଅନେକ ଲୋକ କରୋନା କାରଣରୁ ବେକାର ହୋଇଯାଇଛନ୍ତି ।

ବାସ୍ତବରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ସଚିବ ସୁଦର୍ଶନ ପାଣ୍ଡେ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବମାନେ ନଭେମ୍ବର ପରେ ମାଗଣା ରାସନ ପାଇପାରିବେ ନାହିଁ। ଏହା ସହ ସେ କହିଛନ୍ତି ଯେ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି, ସେଥିପାଇଁ ନଭେମ୍ବର ଠାରୁ ମାଗଣା ରାସନ ପ୍ରଦାନ ଯୋଜନା ବଢ଼ାଇବାକୁ କୌଣସି ପ୍ରସ୍ତାବ ନାହିଁ।

ଗତ ବର୍ଷ ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରାଯାଇଥିଲା। ସେବେଠାରୁ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ପରିବାରକୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ପ୍ରାରମ୍ଭରେ ଏହି ଯୋଜନା ଏପ୍ରିଲ୍-ଜୁନ୍ ୨୦୨୦ ପାଇଁ ଆରମ୍ଭ କରାଯାଇଥିଲା, କିନ୍ତୁ ପରେ ଏହାକୁ ନଭେମ୍ବର ୩୦ ତାରିଖ ୨୦୨୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାସକୁ ୫ କିଲୋ ମାଗଣା ଗହମ / ଚାଉଳ ଏବଂ ପ୍ରତ୍ୟେକ ପରିବାରକୁ ଏକ କିଲୋ ଚଣା ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ୮୦ କୋଟି ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ପାଇଁ ଚିହ୍ନଟ କରାଯାଇଛି। ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ଛଡ଼ା ରେସନ ଦୋକାନ ମାଧ୍ୟମରେ ସେମାନଙ୍କୁ ବଣ୍ଟନ କରାଯିବା ସହିତ ମାଗଣା ରାସନ ଦିଆଯାଏ।

Spread the love