BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କଳାହାଣ୍ଡିବାସୀଙ୍କୁ ଭେଟି ଦେଲେ ୮୫୯ କୋଟି ଟଙ୍କାର ପ୍ରକଳ୍ପ

କଳାହାଣ୍ଡି ୮।୧୧କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏହାସହ କଳାହାଣ୍ଡିବାସୀଙ୍କୁ ୮୫୯ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବନୀପାଟଣା ଓୟୁଏଟି ଅଡିଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଅବସରରେ କଳାହାଣ୍ଡିବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଜଳସେଚିତ ହୋଇଛି । କଳାହାଣ୍ଡି ଆଜି ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । ଏହାସହ କଳାହାଣ୍ଡି ଆଜି ବିଏସକେୱାଇରେ ସାମିଲ ହୋଇଛି।

ଏହି ଅବସରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love