ଫ୍ରିଜରେ ଆଳୁ ରଖୁଛନ୍ତି କି? ସାବଧାନ ହୋଇପାରେ କ୍ୟାନସର ଓ ଡାଇବେଟିଜ

ଆଳୁ ଏମିତି ଏକ ପରିବା ଯେଉଁଥିରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ଆଳୁ ବିନା କୌଣସି ତରକାରୀ ଅଧା । ଭାରତୀୟ ଭୋଜନରେ ଆଳୁକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ଯେଉଁ ଲୋକେ ଆଳୁ ଖାଇବାକୁ ଭଲପାଆନ୍ତି, ସେମାନେ ଆଳୁ ଭଜା, ସିଜା, ତରକାରୀ, ପୋଡା କିଛି ବି କରି ଖାଇଥାନ୍ତି।
ଖରା ଦିନ ମାନଙ୍କରେ ପନିପରିବା, ଫଳ ଆଦି ଖୁବ ଶୀଘ୍ର ଖରାପ ହୋଇଯାଏ । ଟିକେ ଅସାଵଧାନ ହେଲେ ଅତ୍ୟଧିକ ପଚିଯାଏ କିମ୍ବା ଶୁଖିଯାଏ । ପନିପରିବା ଆଦିକୁ ଖରାପ ହେବାରୁ ରକ୍ଷା କରିବା ପାଇଁ ଅଧିକାଂଶ ଲୋକ ଫ୍ରିଜର ସାହାଯ୍ୟ ନିଅନ୍ତି । କିନ୍ତୁ କେତେକଙ୍କର ଫ୍ରିଜ ସୁବିଧା ନଥିବାରୁ ବାହାରେ ରଖିବାକୁ ବାଧ୍ୟ ହୁଅନ୍ତି । ଅନ୍ୟ ପନିପରିବା ଭଳି ଆଳୁକୁ କିନ୍ତୁ ଫ୍ରିଜରେ ରଖା ଯାଇନଥାଏ । ଏହି କାରଣରୁ ବେଳେ ବେଳେ ଆଳୁରେ ଏକ ସବୁଜ ଗଣ୍ଠି ପଡ଼ିଯାଏ । କିନ୍ତୁ ଆପଣ କ’ଣ ଆଳୁକୁ ଫ୍ରିଜରେ ରଖୁଛନ୍ତି କି ? ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖି ଖାଉଛନ୍ତି କି ? ଯଦି ରଖୁଛନ୍ତି, ତେବେ ଆଜିଠୁ ସାବଧାନ ହୋଇଯାଆନ୍ତୁ।
କିଛି ଲୋକ ଆଳୁ ଏବଂ ଏଥିରେ ପ୍ରସ୍ତୁତ ଖାଦ୍ୟ ହେଉ ଅବା ଆଳୁ ସିଝା ଏହାକୁ ଫ୍ରିଜରେ ରଖିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଇଥାଏ, ହୁଏତ ଆପଣ ଜାଣିନଥିବେ। ଏହି ସବୁ ଜିନିଷକୁ ଖାଇଲେ ଦେହ ଖରାପ ହୋଇପାରେ। ତେବେ ଜାଣନ୍ତୁ.. ଫ୍ରିଜରେ ରଖିଥିବା ଆଳୁରୁ ପ୍ରସ୍ତୁତ ଖାଦ୍ୟ ଶରୀର ପାଇଁ କେତେ ଖରାପ ହୋଇପାରେ।
<ଘରେ ଏହି ପ୍ରକାର ଘଣ୍ଟା ଲଗାଇଲେ ହେବ ଲାଭ, ସମୟ ଭଲରେ ଚାଲିବ ଶୀତଦିନେ ବୟସ୍କ ଓ ଶିଶୁଙ୍କର କେମିତି ନେବେ ଯତ୍ନ, ଜାଣନ୍ତୁ ପୁରା ଶୀତଦିନେ ନାକ ବନ୍ଦ ହୋଇଯାଇଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଆପଣାନ୍ତୁ…ଆଜି ଘରେ ବନାନ୍ତୁ “ମୁଗଲାଇ ପରଟା”, ଆଉ ସନ୍ଡେର ଫୁଲ ମଜା…କ୍ୟାନସର କାରଣ: କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ, ଫ୍ରିଜରେ ଆଳୁ ରଖିବା ଦ୍ୱାରା ଏଥିରେ ଥିବା ଷ୍ଟାର୍ଚ ସୁଗାରରେ ପରିବର୍ତ୍ତନ ହୋଇଯାଏ, ଯାହା ସୁଗାର କ୍ୟାନସରର କାରଣ ହୋଇଥାଏ। କେବଳ କ୍ୟାନସର ନୁହେଁ ବରଂ ସୁଗାର ଯୋଗୁଁ ଡାଇବେଟିଜ ହୋଇଯାଏ। ସ୍ୱାସ୍ଥ୍ୟ ପାଇଁ ହାନିକାରକ: ଆଳୁରେ ଥିବା ସୁଗାର, ଏମିନୋ ଏସିଡ ଏବଂ ଆସ୍ପରୋଗିନ ଏକ ରସାୟନ ସୃଷ୍ଟି କରେ, ଯାହା ପ୍ଲାଷ୍ଟିକ ଏବଂ ପେପର ପ୍ରସ୍ତୁତ ପାଇଁ କରାଯାଏ। ଆଳୁକୁ ଅଧିକ ତାପମାନରେ ରାନ୍ଧିବା ମଧ୍ୟ ହାନିକାରକ ହୋଇପାରେ। ଏପରି ବିପଦରୁ ବଞ୍ଚିବା ପାଇଁ ଆଳୁକୁ ରାନ୍ଧିବା ପୂର୍ବରୁ ୧୫ରୁ ୩୦ ମିନି ଟ ପାଇଁ ଚୋପା ଛଡାଇ ପାଣିରେ ବୁଡାଇ ରଖନ୍ତୁ। ଏହାକୁ ରାନ୍ଧିବା ସମୟରେ ଏଥିରେ ଏକ୍ରୋଇଲାମାଇଟ୍‌ ପ୍ରସ୍ତୁତ ହେବା ଆଶଙ୍କା କମ୍‌ ହୋଇଯାଏ।

Spread the love