ମଡେଲ ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ପୁଣି ଥରେ ନିଜ ବିବାହକୁ ନେଇ ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍‌ ପୁନମ ପାଣ୍ଡେ। ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ମାରପିଟ ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ ସାମ୍ ବମ୍ବେ । ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିବା ପରେ, ସୋମବାର ସନ୍ଧ୍ୟାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି । ପୁନମଙ୍କ ମୁଣ୍ଡ, ମୁହଁ ତଥା ଆଖିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲଣେ ଭର୍ତ୍ତି କରାଯାଇଛି। ତେବେ ଏହା ପ୍ରଥମ ଥର ନୁହେଁ ଯେ, ପୁନମ ସାମଙ୍କ ଉପରେ ପୂର୍ବରୁ ମଧ୍ୟ ମାରପିଟ ଅଭିଯୋଗ ଆଣିଥିଲେ। ବିବାହର କିଛି ଦିନ ପରେ ପୁନମ ସ୍ୱାମୀ ସାମ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଉପରେ ଗୋଆର କାନାକୋନା ଥାନାରେ ଏଫ୍‌ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍‌ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି  ସାମ୍ ଅହମଦ ବମ୍ବେଙ୍କୁ ଗିରଫ କରିଥିଲା। ​​କିନ୍ତୁ ପରଦିନ ସେ ଜାମିନ ପାଇଯାଇଥିଲେ। ପୁନମ  ଗୋଆରେ ସୁଟିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

Spread the love