ପିଲାଙ୍କ ଖେଳଣା କିଣା ଓ ଫ୍ଲେକ୍ସ ହେରଫେର ଘଟଣା : ସିଡିପିଓ ଓ ସୁପର ଭାଇଜରକୁ ଗିରଫ କଲା ଭିଜିଲାନ୍ସ

ଜଗତସିଂହପୁର ୯।୧୧: ପିଲାଙ୍କ ଖେଳଣା କିଣା ଓ ଫ୍ଲେକ୍ସ ହେରଫେର  ଘଟଣାରେ  ବାଲିକୁଦା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ସିଡିପିଓ ଓ ସୁପର ଭାଇଜର ଭିଜିଲାନ୍ସ ଦ୍ବାରା ଗିରଫ । ଗିରଫ ସିଡିପିଓ ସରଳା ଦେଇ ଓ ସୁପର ଭାଇଜର ପ୍ରତିମା  ସାହୁ ।  ପ୍ରି ସ୍କୁଲ କିଟ୍ କିଣା ଓ ଫ୍ଲେକ୍ସ କିଣା  ଘଟଣାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ । ସିଡିପିଓ  ୧୫ ହଜାର ଟଙ୍କା ଓ ସୁପର ଭାଇଜର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ଗିରଫ କରିଥିଲେ । ଏଥି ସହିତ ଉଭୟଙ୍କର ଅନ୍ୟାନ୍ୟ ସମ୍ପତ୍ତି ବାବଦରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଥିବା ଜଣାଯାଇଛି ।

Spread the love