ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ ଦାବିପତ୍ର

ସାଲେପୁର ୧୦।୧୧: ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ରୋକ । କାହା ଚାପରେ କଟକ ସଦର ବ୍ଲକ ପ୍ରଶାସନ ପଞ୍ଚାୟତ କାମରେ ଲାଗାଇଛନ୍ତି ରୋକ । ଏନେଇ ସରପଞ୍ଚ ଜିଲ୍ଲାପାଳ ଓ ୫ଟି ସଚିବଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅଧିନସ୍ତ ବୋଧପୁରୁ ଗ୍ରାମପଞ୍ଚାୟତରେ। ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ସମିତି ସଭ୍ୟ ବିଶ୍ଵନାଥ ବସ୍ତିଆ ଏବଂ ୱାର୍ଡ ମେମ୍ବରମାନେ ବ୍ଲକ ପ୍ରଶାସନ କେଉଁ ଅଧିକାର ବଳରେ ସରପଞ୍ଚଙ୍କ ଦ୍ଵାରା ପଞ୍ଚାୟତର ଅର୍ଥକୁ ଜନ ହିତକାରୀ ଯୋଜନାକୁ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି। ଏଠି ପ୍ରଶ୍ନଉଠେ କାହା ଚାପରେ ବ୍ଲକ ପ୍ରଶାସନ ଏଭଳି ବେନିୟମ କାର୍ଯ୍ୟ କରୁଛି ।

ବ୍ଲକ ପ୍ରଶାସନର ବୋଧପୁରୁ ଗ୍ରାମପଞ୍ଚାୟତ ପ୍ରତି ବୈମାତୃକ ମନୋଭାବ ଏବଂ ସରପଞ୍ଚଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଦର୍ଶାଇ କଟକ ସଦର ବ୍ଲକ ପ୍ରଶାସନ ବିରୁଦ୍ଧରେ ପଞ୍ଚାୟତ ପ୍ରତିନିଧି ମାନେ ୫ଟି କଟକ ଜିଲ୍ଲାପାଳ, ପ୍ରୋଜେକ୍ଟ ଡ଼ାଇରେକ୍ଟରଙ୍କ ପାଖକୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ବ୍ଲକ ପ୍ରଶାସନ ବୋଧପୁରୁ ଗ୍ରାମପଞ୍ଚାୟତ ପ୍ରତି ବୈମାତୃକ ମନୋଭାବ ପରିତ୍ୟାଗ ନ କରନ୍ତି ତାହାଲେ ବାଧ୍ୟ ହୋଇ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ରାସ୍ତାରୋକ କରିବୁ ବୋଲି ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।

Spread the love