ଡିଜେଲ ଓ ପେଟ୍ରୋଲର ନୂଆ ଦର ଜାରି, ଜାଣନ୍ତୁ କମିଲା ନା ବଢ଼ିଲା!

ନୂଆଦିଲ୍ଲୀ ୧୦।୧୧: ତୈଳ କମ୍ପାନୀମାନେ ବୁଧବାର ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି। ତେବେ ଏଥିରେ ମୂଲ୍ୟ ହ୍ରାସ କି ବୃଦ୍ଧି ହୋଇ ନାହିଁ। ଦର ସଂଶୋଧନ ପ୍ରତ୍ୟେକ ଦିନ ସକାଳ ୬ଟାରେ ଜାରି ହୁଏ। ସେହି ଅନୁସାରେ ନୂଆ ଦର ଜାରି କରା ଯାଇଥିଲେ ବି ସମତୁଲ ରହିଛି। ତେବେ ଦେଶର ତୈଳ ଦର ଏବେବି ଐତିହାସିକ ସ୍ତରରେ ରହିଛି। ମୂଲ୍ୟ ବୃଦ୍ଧି ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି। ଏଣୁ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ନିଜ ଆଡୁ କିଛି କିଛି ଭାଟ ରିହାତି ଦେବା ଦେଶରେ ବଢି ଚାଲିଥିବା ତୈଳ ଦରରେ ରୋକ ଲଗାଇଛି।

ନୂଆ ଦର ଅନୁସାରେ ବୁଧବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୩ଟଙ୍କା ୬୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୬ ଟଙ୍କା ୬୭ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୯ଟଙ୍କା ୯୮ ଓ ଡିଜେଲ ୯୪ଟଙ୍କା ୧୪ ପଇସା ମୂଲ୍ୟରେ ବିକ୍ରି ହେଉଛି। ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ୧୦୧ଟଙ୍କା ୪୦ ଓ ଡିଜେଲ ୯୧ ଟଙ୍କା ୪୩ ପଇସା ଦରରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ୧୦୪ଟଙ୍କା ୬୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୧ଟଙ୍କା ୫୬ ପଇସାରେ ବିକ୍ରି ହେଉଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୪ ପଇସା ଓ ଡିଜେଲ ୯୧ଟଙ୍କା ୬୫ ପଇସା ଦରରେ ବିକ୍ରି ହେଉଛି । ମଙ୍ଗଳବାର ଡିଜେଲ ଲିଟର ପିଛା ଦର  ୬୦ ପଇସା ହ୍ରାସ ହୋଇଥିଲା। ତେବେ ବୁଧବାର ୨୨ ପଇସା ବୃଦ୍ଧି ହୋଇଛି। ସେହିପରି ମଙ୍ଗଳବାର ୬୨ ପଇସା ହ୍ରାସ ହୋଇଥିବା ପେଟ୍ରୋଲ ବୁଧବାର ୨୩ ପଇସା ବଢିଛି।

Spread the love