ପୁଣି ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ, ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

ପୁଣି ହକି ହବ୍ ଓଡ଼ିଶାରେ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ।  କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିସାରିଛି ଓ ନିଜର ପ୍ରାକ୍ଟିସ ମଧ୍ଯ ଆରମ୍ଭ କରିସାରିଛି  ତେବେ ଆସନ୍ତା ୧୫ ତାରିଖରେ ଅନ୍ୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିହାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ,  ଏହି ଜୁନିଅର ହକି ବିଶ୍ୱକପ ମହାକୁମ୍ଭରେ ସମୁଦାୟ ୧୬ଟି  ଟିମ ବିଶ୍ୱକପରେ ଅଂଶଗ୍ରହଣ କରିବେ। ସମ୍ପୂର୍ଣ୍ଣ କୋଭିଡ କଟକଣାରେ  ଏହି ଟୁର୍ଣ୍ଣାମେଣ୍ଟ ହେବ। ଦର୍ଶକ ମାନଙ୍କୁ ଷ୍ଟାଡିୟମ ପ୍ରବେଶ ମନା ହୋଇଥିବା ବେଳେ ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ RTPCR ଟେଷ୍ଟ । ଖେଳାଳୀ ଓ ଟିମ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ମଧ୍ଯ ସଂରକ୍ଷିଣ ରଖାଯାଇଛି। ଏହାବାଦ ଖେଳାଳାମାନଙ୍କ ପାଇଁ  ୨ଟି ହୋଟେଲରେ ରହିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

Spread the love