ରାସ୍ତା ମରାମତି ପାଇଁ ବିଧାୟକଙ୍କୁ ନିବେଦନ କଲେ ସଏଚଜି ଗ୍ରୁପ ମହିଳା

ସୋର, ୧୨/୧୧ : ଗାଁ କୁ ରାସ୍ତା ଓ ମାଆଙ୍କୁ ସମ୍ମାନ,  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ଆହ୍ୱାନ ଦେଇଛନ୍ତି। ଯେଉଁ ଗାଁକୁ ଯୋଗାଯୋଗ ଯେତେ ସୁବିଧା  ସେହି ଅଂଚଳ ସେତେ ବିକଶିତ। ତେଣୁ ରାଜ୍ୟ ସରକାର  ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ସବୁ କାମ ସ୍ଥାନୀୟ ଜନ ପ୍ରତିନିଧି ବା ବିଧାୟକଙ୍କ ଦ୍ୱାରା ସମ୍ଭବ ହୋଇପାରୁଛି। ଏହି ପରିପ୍ରେକ୍ଷୀରେ  ସୋର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ତଥା ନିର୍ବିବାଦୀୟ ବିଧାୟକ  ପର୍ଶୁରାମ ଧଡ଼ା ସବା ଆଗରେ ରହିଛନ୍ତି। ସୋର ଓଭର ବ୍ରିଜ ହେଉ କିମ୍ବା ଅନ୍ୟାନ୍ୟ ବିକାଶମୂଳକ କାମ ତାଙ୍କ ଅବଦାନ ରେ ସମ୍ବଭ ହୋଇଛି। ତେଣୁ ଗ୍ରାମର ରାସ୍ତା କାମ ଠୁ ନେଇ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ତାଙ୍କ ନିକଟକୁ ଆସନ୍ତି। ଆଜିମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଚାୟତ ଘସୁଆ ଗାଁର ପ୍ରଧାନ ସାହି ରାସ୍ତା ସମସ୍ୟା ନେଇ ଏସଏଚଜି ମହିଳାମାନେ ତାଙ୍କ ଦ୍ୱାରସ୍ଥ ହୋଇଥିଲେ।  ବିଧାୟକ ପର୍ଶୁରାମ ଧଡ଼ା ରାସ୍ତା ସମସ୍ୟା ଶୀଘ୍ର ଦୁର ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସୋର ବ୍ଲକ କେଦାରପୁର ପଚାୟତ ଘସୁଆ ଗାଁର ପ୍ରଧାନ ସାହି ରାସ୍ତା ଖରାପ ଓ  ଅଣଓସାରିଆ ହୋଇଥିବାରୁ ସାହି ଭିତରକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ।  ସାହିରେ ବୃଦ୍ଧ, ଗର୍ଭବତୀ ମହିଳା, ରୋଗୀ ଡାକ୍ତରଖାନା ଯିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ରୋଗୀକୁ  ଟେକିକି ନେବା ପରେ ଗାଡିର ସହାୟତା ପାଉଛନ୍ତି।

 

ଏନେଇ ଏସଏଚଜି ମା’ମାନେ ସରପଞ୍ଚ ଦୁଷ୍ଟିଗୋଚର କରିଥିଲେ। କିନ୍ତୁ ସରପଞ୍ଚ କର୍ଣ୍ଣପାତ କଲେନି। ଫଳରେ ପ୍ରଧାନସାହି ରାସ୍ତା ମରାମତି ହୋଇପାରିଲା ନାହିଁ। ବାରମ୍ବ।ର ସରପଞ୍ଚଙ୍କୁ କହି କିଛି ସୁଫଳ ନ ମିଳିବାରୁ ଏସଏଚଜି ମହିଳା ସଭାପତି ଜୟଶ୍ରୀ ପ୍ରଧାନ ଓ ସମ୍ପାଦକ ସ୍ନେହଲତା ପ୍ରଧାନଙ୍କ ତ୍ବତ୍ୱାବଧାନରେ ସବିତା ନାୟକ, କମଳା ସେଠି, ସବିତା ନାୟକ, ସସ୍ମିତା ନାୟକ, ସ୍ୱରସତି ନାୟକ, ସ୍ୱରସତି ନାୟକ, ସ୍ନେହଲତା ସେଠୀ ପ୍ରମୁଖ ଶୁକ୍ରବାର ସକାଳେ ବିଧାୟକ  ପର୍ଶୁରାମ ଧଡ଼ାଙ୍କ ନିକଟରେ ରାସ୍ତା ମରାମତି ପାଇଁ ନିବେଦନ କରିଛନ୍ତି।  ଶ୍ରୀଧଡ଼ା ମଧ୍ୟ ଏନେଇ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love