ଶରୀରକୁ ପୃଷ୍ଟିକର ତତ୍ତ୍ୱ ପ୍ରଦାନ କରେ Maple Syrup, ଜାଣନ୍ତୁ ଫାଇଦା

ଚିନି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ଏହାର ଅତ୍ୟଧିକ ମାତ୍ରାରେ ସେବନ ଶରୀରରେ ଅନେକ ରୋଗ ସୃଷ୍ଟିର କାରଣ। ତେଣୁ ଡାକ୍ତରମାନେ ମଧ୍ୟ ଏଥିପାଇଁ ଏହାକୁ ବାରଣ କରିଥାନ୍ତି। ତେଣୁ ଚିନିର ବିକଳ୍ପ ସେବନ କରିବା ପାଇଁ ସବୁବେଳେ କୁହାଯାଏ। ତେବେ ଏହାର ବିକଳ୍ପ ପାଇଁ ଗୁଡ଼କୁ ସେବନ କରିବାକୁ ପରାମର୍ଶ ଦିଆଯାଏ।

ଚିନିର ସମସ୍ତ ବିକଳ୍ପ ମଧ୍ୟରୁ ମାପେଲ ସିରପ ଅନ୍ୟତମ। ମାପେଲ ସିରମ (Maple syrup) ବହୁ ଲୋକପ୍ରିୟ ସ୍ୱିଟନର ଯାହା ଚିନି ତୁଳନାରେ ସ୍ୱାସ୍ଥ୍ୟ ପାଇଁ ଅଧିକ ପୃଷ୍ଟିକର। ମାପେଲ ଗଛର ରସରୁ ଏହା ତିଆରି କରାଯାଏ। ସର୍ବପ୍ରଥମେ ଏହି ଗଛର ଛାଲକୁ ବାହାର କରାଯାଏ। ପରେ ଏହାର ସିରପ ତିଆରି କରିବା ପାଇଁ ଗରମ ପାଣିରେ ଏହାକୁ ଫୁଟାଯାଏ। ଶେଷରେ ବଳି ପଡ଼ିଥିବା ଉତ୍ପାଦକୁ ଅନ୍ୟାନ୍ୟ ମିଠା ବ୍ୟଞ୍ଜନ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ଏହା ଅଧିକ ମାତ୍ରାରେ ପୂର୍ବ କନାଡ଼ାରେ ମିଳିଥାଏ। ଉତ୍ତର ଆମେରିକାଳରେ ମଧ୍ୟ ଏହାର ସେବନ କରାଯାଏ।

ତେବେ ଏହାର ପୃଷ୍ଟିକର ଗୁଣକୁ ଧ୍ୟାନ ଦେଲେ ଆପଣ ଅନେକ କିଛି ତତ୍ତ୍ୱ ପାଇ ପାରିବେ। ମାପେଲ ସିରମରେ କ୍ୟାଲୋରିଜ ଭରପୂର ପରିମାଣରେ ରହିଛି। ଏହାର ଏକ ଚାମଚ ସିରପରେ ୧୨ ଗ୍ରାମର ଚିନି ମହଜୁଦ ଅଛି। ଏହା ସହ ୦.୫୮ ମିଲିଗ୍ରାମ ମାଙ୍ଗାନିଜ, ୦.୨୯ ମିଲିଗ୍ରାମ ଜିଙ୍କ, ୨୦ ମିଲିଗ୍ରାମ କ୍ୟାଲସିୟମ, ୪୨ ମିଲିଗ୍ରାମ ପୋଟାସିୟମ, ୧୩ ଗ୍ରାମ ଫାଇବର, ୦.୦୨ ମିଲିଗ୍ରାମ ଆଇରନ, ୪ ମିଲିଗ୍ରାମ ମ୍ୟାଗ୍ନେସିୟମ ତତ୍ତ୍ୱ ଭରି ରହିଛି। ତେବେ ଶରୀରକୁ ଦେଖି ଆପଣ ସଠିକ ମାତ୍ରାରେ ଏହାର ସେବନ କରିବା ଉଚିତ। କାରଣ ଅଧିକ ମିଠା ସେବନରେ ରୋଗ ହେବାର ସମ୍ଭାବନା ରହିଛି।

Spread the love