ହେଙ୍ଗୁର ବି ରହିଛି ଅନେକ ସାଇଡ୍ ଇଫେକ୍ଟ, ଖାଇବା ପୂର୍ବରୁ ଥରେ ନିଶ୍ଚୟ ଜାଣିନିଅନ୍ତୁ ଏସବୁ କଥା

ଭାରତୀୟ ରୋଷେଇ ଘରେ ହେଙ୍ଗୁର ବ୍ୟବହାର ଅଧିକ ପରିମାଣରେ କରାଯାଏ। ଏହାର ସ୍ୱାଦ ଖୁବ ବଢ଼ିଆ ହୋଇଥିବା ବେଳେ ଦେହ ପାଇଁ ମଧ୍ୟ ବେଶ ହିତକର ହୋଇଥାଏ। ଡାଲିକୁ ତଡ଼କା ଦେବାରେ ହେଉ କି ଅନ୍ୟ ବ୍ୟଞ୍ଜନରେ, ହେଙ୍ଗୁ ସବୁଥିରେ ବ୍ୟବହାର କରାଯାଏ। କିନ୍ତୁ ସବୁ ଜିନିଷରେ ଅତିଟା ଖରାପ। ସେହିଭଳି ଅତ୍ୟଧିକ ହେଙ୍ଗୁ ସେବନ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ତେବେ ଆସନ୍ତୁ ଜାଣିବା ହେଙ୍ଗୁ ଖାଇବା ଦ୍ୱାରା ଦେଖାଯାଉଥିବା ଶାରୀରିକ ସମସ୍ୟା ସମ୍ପର୍କରେ …
ଗ୍ୟାସ ଓ ଡାଇରିଆ
ସାଧାରଣତଃ ଗ୍ୟାସ ସମସ୍ୟା ଦୂର କରିବା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଅଧିକ ସେବନ କଲେ ଗ୍ୟାସ ହେବା ସହ ଡାଇରିଆ, ପେଟ ପୋଡ଼ିବା ଭଳି ଅସୁବିଧା ଦେଖାଯାଏ। ଏଣୁ ହେଙ୍ଗୁକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ।
ଗର୍ଭାବସ୍ଥାରେ କ୍ଷତିକାରକ:
ଗର୍ଭବତୀ ମହିଳା ଅଧିକ ହେଙ୍ଗୁ ସେବନ କଲେ ଗର୍ଭପାତର ଆଶଙ୍କା ସୃଷ୍ଟି ହୁଏ। ସେହିପରି ଯଦି ଆପଣ ଶିଶୁକୁ ସ୍ତନପାନ କରାଉଛନ୍ତି, ତେବେ ହେଙ୍ଗୁ ଖାଇବାରୁ ବିରତ ରୁହନ୍ତୁ। ଛୁଆର ଦେହ ଖରାପ ହୋଇପାରେ।
ଉଚ୍ଚ ରକ୍ତଚାପ:
ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଅତ୍ୟଧିକ ହେଙ୍ଗୁ ମିଶ୍ରିତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଏକ ନ୍ୟାଚୁରାଲ ବ୍ଲଡ ଥିନର। ଅର୍ଥାତ ହେଙ୍ଗୁ ଖାଇଲେ ରକ୍ତ ପତଳା ହୋଇଯାଏ। ଏଣୁ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ତେବେ ହେଙ୍ଗୁଠାରୁ ଦୂରେଇ ରୁହନ୍ତୁ।
ତ୍ୱଚା ଉପରେ ପକାଏ କୁ-ପ୍ରଭାବ:
ଅତ୍ୟଧିକ ହେଙ୍ଗୁ ସେବନ କଲେ ତ୍ୱଚାରେ ନାଲି ନାଲି ହୋଇ ଫଳିଯାଏ। ଯଦି ଆପଣଙ୍କର ସ୍କିନ ଆଲର୍ଜି ଅଛି ତେବେ ହେଙ୍ଗୁଠାରୁ ଦୂରେଇ ରୁହନ୍ତୁ।

Spread the love