ବିଧାୟକ ସୁର ରାଉତରାୟ ଏବଂ ପତ୍ନୀ କରୋନା ଆକ୍ରାନ୍ତ

ଭୁବନେଶ୍ବର ୧୭/୧୧ : ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ସଂକ୍ରମିତ । ସୁର ରାଉତରାୟଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପତ୍ନୀ ମାନୀ ରାଉତରାୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ବିଧାୟକ ସୁର ରାଉତରାୟ ସର୍ବଦା କରୋନାକୁ ଅଣଦେଖା କରୁଥିବା ନଜିର ରହିଛି । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପସନ୍ଦ କରୁନଥିଲେ । ପ୍ରାୟତ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥାଏ । ଏବେ କିନ୍ତୁ ସୁର ରାଉତରାୟ ନିଜେ କରୋନା ସଂକ୍ରମିତ ହୋଇଛନ୍ତି କେବଳ ସେ ନୁହେଁ ତାଙ୍କ ପତ୍ନୀ ମାନୀ ରାଉତରାୟଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

Spread the love