କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରସ୍ତୁତ କରନ୍ତୁ “ଆଳୁ-ପୁରୀ

ଆବଶ୍ୟକ ସାମଗ୍ରୀ:
୨୫୦ ଗ୍ରାମ ଆଳୁ

ଗୋଟେ ଚାମଚ ତେଲ

ଗୋଟେ ଚାମଚ ଲୁଣ

ଅଧା ଚାମଚ ହଳଦୀ

ଅଧା ଚାମଚ ଲଙ୍କା ଗୁଣ୍ଡ

ଅଧା ଚାମଚ ଧନିଆ ଗୁଣ୍ଡ

ଅଧା ଚାମଚ ଗରମ ମସଲା

ଗୋଟେ ଚାମଚ ଜିରା

କସ୍ତୁରୀ ମେଥି

ଗୋଟେ ଚାମଚ ପାନ ମାଧୁରୀ

କଞ୍ଚା ଲଙ୍କା

୩ ରୁ ୪ ଟି ଟମାଟୋ

ଧନିଆ ପତ୍ର

ପୁରୀ ପାଇଁ:

୨ କପ ମଇଦା

ଅଧା ଚାମଚ ଲୁଣ

ଗୋଟେ କପ ଦହି

ଛାଣିବା ପାଇଁ ତେଲ

କେମିତି ବନେଇବେ ତରକାରୀ:
ପ୍ରଥମେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏବେ ଏଥିରେ କିଛି ଜିରା ଦିଅନ୍ତୁ । ଫୁଟି ଆସିଲେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଦିଅନ୍ତୁ । ଦୁଇରୁ ଚାରି ଚାମଚ ପାଣି ଦିଅନ୍ତୁ ।

ଏବେ ସେଥିରେ ଟମାଟୋ ପିୟୁରୀ ଦିଅନ୍ତୁ । ତେଲ ଛାଡିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଏବେ ସେଥିରେ କଞ୍ଚା ଲଙ୍କା, ଧନିଆ ଗୁଣ୍ଡ ଓ ଗରମ ମସଲା ଦିଅନ୍ତୁ ।

ଏବେ ସେଥିରେ ଆଳୁ ସିଝା କାଟି ଦେଇ ଦିଅନ୍ତୁ । ଭଲ ରୂପରେ ଘାଟନ୍ତୁ ।

ଏବେ ସେଥିରେ ପାନମଧୁରୀ ଗୁଣ୍ଡ ଦିଅନ୍ତୁ । କିଛି କସ୍ତୁରୀ ମେଥି ଗୁଣ୍ଡ କରି ଦିଅନ୍ତୁ । ଏବେ ଏଥିରେ ଗୋଟେ କପ ପାଣି ଦିଅନ୍ତୁ । ଗ୍ରଏଭି ମୋଟା ହେବା ଯାଏଁ ଅପେକ୍ଷା କରନ୍ତୁ ।

ଏହାକୁ ଅନ୍ୟ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜେଇ ଦିଅନ୍ତୁ ।

ପୁରୀ ପାଇଁ:
ଏକ ବାଉଲରେ ମଇଦା ଓ ଲୁଣ ଦେଇ ଗୋଳାଇ ଦିଅନ୍ତୁ । ଏବେ ସେଥିରେ କିଛି ଦହି ଦିଅନ୍ତୁ । ଭଲ ଭାବରେ ମିଶାଇ ଦିଅନ୍ତୁ । ପାଣି ଦେଇ ଚକଟି ଦିଅନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହାକୁ ବେଲି ଛାଣି ଦିଅନ୍ତୁ । ପୁରୀ ହେବା ଯାଏଁ ଛାଡି ଦିଅନ୍ତୁ । ଏବେ ଏହାକୁ ତରକାରୀ ଆଚାର ସହିତ ଖାଇବାକୁ ଦେଇଦିଅନ୍ତୁ ।

Spread the love