ଚା’ ପିଇବା ଦ୍ୱାରା ମିଳିଥାଏ ଶରୀରକୁ ଏହି ସବୁ ଫାଇଦା, ଜାଣନ୍ତୁ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟପେୟ ପ୍ରତି ଅବହେଳା ସାଧାରଣ କଥା ହୋଇଗଲାଣି। କାର୍ଯ୍ୟବସ୍ତତାରେ ଲୋକଙ୍କୁ ଖାଇବାକୁ ସମୟ ହେଉନାହିଁ। କିନ୍ତୁ ଅଫିସରେ ଚା ପିଇଦେଲେ କାମ ସରିଗଲା ଭାବିନିଅନ୍ତି। ତେବେ ଆମେ ସବୁବେଳେ ଏହା ଶୁଣିବାକୁ ପାଉ ଯେ, ଶରୀର ପାଇଁ ଚା ବହୁତ ହାନିକାରକ ହୋଇଥାଏ। କିନ୍ତୁ ଏହାପରେ ବି ପ୍ରାୟ ସମସ୍ତେ କାର୍ଯ୍ୟବ୍ୟସ୍ତରେ ଥିବା ଲୋକ ଚା ପିଇବାକୁ ପସନ୍ଦ କରିଥାନ୍ତି। ବଡ଼ ଲୋକଙ୍କ ପରାମର୍ଶ ଅନୁଯାୟୀ ଦିନକୁ ୨ରୁ୩ଥର ଅଧିକ ଚା ପିଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। କିନ୍ତୁ ଆମେ ଆଜି ଚା ର ଭଲ ପ୍ରଭାବ ସମ୍ପର୍କରେ ଆପଣଙ୍କୁ କହିବୁ। ଜାଣନ୍ତୁ ଦିନକୁ ୩ରୁ ୪ ଥର ଚା ପିଇବା ଦ୍ୱାରା ଶରୀର ଉପରେ ଏହାର କେଉଁ ଭଲ ପ୍ରଭାବ ପଡ଼ିଥାଏ।
ରିସର୍ଚ୍ଚରୁ ଜଣା ପଡିଛି ଯେ, ପ୍ରତିଦିନ ୪ କପ୍‌ କଫି କିମ୍ବା ଚା ପିଇବା ଦ୍ୱାରା ଆପଣ ଭୁଲିବା ସମସ୍ୟାରୁ ମୁକ୍ତି ପାଇ ପାରିବେ। ଯାହାକୁ ଡାକ୍ତର ମାନେ ଡିମେଂସିଆ ରୋଗ ବୋଲି କହିଥାନ୍ତି। ପ୍ରକୃତରେ ଚା ରେ ଆଣ୍ଟି- ଇନଫ୍ଲେମେଟୋରୀ ଗୁଣ ରହିଛି। ଏହାସହ କଫିନ ଶରୀରରେ ରକ୍ତଚାପ ଜନିତ ସମସ୍ୟାକୁ ଦୂର କରିଥାଏ ।ଉଚ୍ଚ ରକ୍ତଚାପ ସହ ଷ୍ଟ୍ରୋକ କିମ୍ବା ଡିମେଂସିଆ ରୋଗରୁ ମୁକ୍ତି ପାଇଁ ଏହା ଅନେକ ମାତ୍ରାରେ ସହାୟକ ହୋଇଥାଏ। ସୂଚନା ଅନୁଯାୟୀ, ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଷ୍ଟ୍ରୋକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ରିସର୍ଚ୍ଚରୁ ଏମିତି ଶୁଣିବାକୁ ମିଳିଛି ଯେ, ମନପସନ୍ଦର ଖାଦ୍ୟ ଖାଇଲେ ମଧ୍ୟ ଅନେକ ରୋଗରୁ ବିଶେଷ ମାତ୍ରାରେ ମୁକ୍ତି ମିଳିବ। କାରଣ ଏହାଦ୍ୱାରା ଆମ ମନ ଖୁସି ହୋଇଥାଏ । ଚା ଓ କଫି ଭଳି ପାନୀୟ ପଦାର୍ଥରେ ଫ୍ଲେବୋନାଇଡସ୍‌ ନାମକ ପ୍ଲାଣ୍ଟସ୍‌ର କେମିକାଲ ଭରପୂର ରହିଥାଏ। ଯାହା ବ୍ରେନ ବା ଆମ ମସ୍ତିଷ୍କରେ ରକ୍ତ ପ୍ରବାହକୁ ଠିକ କରିଥାଏ । ଶରୀରରେ ଅମାଲାଇଡ ବିଟା ନାମକ ଖରାପ ପ୍ରୋଟିନକୁ ନଷ୍ଟ କରିଦେଇଥାଏ । ଯାହା ନ୍ୟୁରେନ୍ସ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାସହ ଭୁଲିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

Spread the love