ଡିଜ୍‌ନିର ଭଏସ୍ ଆର୍ଟିଷ୍ଟ ୱିଲ୍ ରିୟାନ୍‌ଙ୍କ ପରଲୋକ

ନୂଆଦିଲ୍ଳୀ ୨୧।୧୧ : ଡିଜନି କ୍ୟାରେକ୍ଟରର ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କର ପରଲୋକ ହୋଇଛି। ହଲିଉଡ ରିପୋର୍ଟ ଅନୁଯାୟୀ ସୂଚନା ୧୯ ନଭେମ୍ବରରେ ତାଙ୍କର ପରଲୋକ ହୋଇଛି। ଗତ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିବା ଆମେରିକୀୟ କଳାକାର ରିୟାନ ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରଥମେ ୧୯୪୯ରେ କିଛି ସର୍ଟ ଆନିମେଟେଡ ପ୍ରୋଜେକ୍ଟରେ ଭଏସ ଦେଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ସହ ୟୁନିଭର୍ସାଲର ଆନିମେଟେଡ୍ ଫିଲ୍ମ ଦି ଲ୍ୟାଣ୍ଡ ଫର୍ ବିଫର ଟାଇମ୍‌ ଏବଂ ମିକି ମାଉସ୍ କ୍ଲବ୍ ହାଉସରେ ମଧ୍ୟ ସ୍ୱର ଦେଇ ବହୁତ ଲୋକପ୍ରିୟ ହୋଇଥିଲେ। ରିୟାନ ଏକାଧାରାରେ ଜଣେ ସ୍ୱର କଳାକାର ସହ ମ୍ୟୁଜିସିୟାନ, ସଙ୍ଗରାଇଟର ଓ କମେଡି କଳାକାର ଥିଲେ । ତାଙ୍କ ବିୟୋଗରେ ସାରା ବିଶ୍ୱ ଦୁଖିତଃ ଜଣେ ଭଲ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି ରିୟାନଙ୍କ ବନ୍ଧୁ ଲିମସ।

Spread the love