ଯାତ୍ରୀଙ୍କ ପାଇଁ ଭଲ ଖବର: ଏବେ ଏକ ସଙ୍ଗେ କାଟି ପାରିବେ ୧୨ ଟ୍ରେନ୍ ଟିକେଟ୍, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ ୨୨/୧୧ : ବର୍ତ୍ତମାନ ଆପଣ ରେଳଗାଡ଼ିରେ ଗମନାଗମନ କରିବା ପାଇଁ ଏକା ସାଙ୍ଗରେ ଗୋଟିଏ ମାସରେ ୧୨ଟି ଟିକେଟ କାଟି ପାରିବେ। କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଆଇଆରସିଟିସି ଆକାଉଣ୍ଟରେ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ପୂର୍ବରୁ ଗୋଟିଏ ଆକାଉଣ୍ଟରେ କେବଳ ୬ଟି ଟିକେଟ୍ ବୁକ୍ କରାଯାଇ ପାରୁଥିଲା। ବର୍ତ୍ତମାନ ଆରାମରେ ଆଧାର କାର୍ଡକୁ ଆଇଆରସିଟିସି ଆକାଉଣ୍ଟ ସହିତ ଲିଙ୍କ କରି ଏକା ସହିତ ୧୨ଟି ଟିକେଟ କାଟି ପାରିବ । ଆସନ୍ତୁ ଏହାର ସହଜ ପ୍ରକ୍ରିୟା ଜାଣିବା। କିପରି ଆଧାର କାର୍ଡକୁ ଆଇଆରସିଟିସିରେ ଲିଙ୍କ୍ କରିବେ ?

• ଆଇଆରସିଟିସିରେ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ପ୍ରଥମେ ଆପଣ http://www.irctc.co.in ୱେବସାଇଟ ଲଗ୍ ଇନ କରନ୍ତୁ।

• ଏବେ ଆପଣ ମାଇ ଆକାଉଣ୍ଟ ବିକଳ୍ପରେ ଟ୍ୟାବ୍ କରି ଲିଙ୍କ ୟୋର ଆଧାର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

• ଏଠାରେ ମାଗିଥିବା ସୂଚନା ପ୍ରଦାନ କରନ୍ତୁ।

• ତାପରେ ଚେକ୍ ବକ୍ସରେ ଯାଇ ସେଣ୍ଡ ଓଟିପି ବଟନକୁ କ୍ଲିକ୍ କରନ୍ତୁ।

• ଏହା ପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।

• ଏହା ପରେ ଆପଣ ଭେରିଫାଏ ବଟନକୁ ଯାଇ କ୍ଲିକ୍ କରନ୍ତୁ। ତା ପରେ ଆଧାର ଭେରିଫିକେସନ ପ୍ରକ୍ରିୟା ପୁରା କରିବା ପାଇଁ ଅପଡେଟ ବଟନ ଉପରେ କ୍ଲିକ୍ କରନ୍ତୁ।

• ଥରେ ଆପଣଙ୍କର କେୱାଇସି ପୁରା ହେବା ପରେ ଆପଣଙ୍କର ଆଧାର କାର୍ଡ ଆଇଆରସିଟିସି ସହ ଲିଙ୍କ୍ ହୋଇଯିବ।

• ତାପରେ ଆପଣଙ୍କ ସ୍କ୍ରିନ୍‌ରେ ଆପଣଙ୍କୁ ଏକ କନଫରମେସନ ଲିଙ୍କ ଆସିବ। ତା ପରେ ଆପଣ ଲଗଆଉଟ କରି ପୁଣି ଥରେ  ଆଇଆରସିଟିସି ୱେବସାଇଟରେ ଲଗ୍ ଇନ କରନ୍ତୁ।

• ଆପଣଙ୍କ ଆଧାର କେୱାଇସି ଷ୍ଟାଟସ ଚେକ୍ କରିବା ପାଇଁ ଆଇଆରସିଟିସି ୱେବସାଇଟକୁ ଯାଇ ମାଇ ଆକାଉଣ୍ଟ ବିକଳ୍ପରେ ଲିଙ୍କ୍ ୟୋର ଆଧାର ବିକଳ୍ପକୁ ଯାଇ ଚେକ୍ କରିପାରିବେ।

ରେଳ ମନ୍ତ୍ରଣାଳୟ କହିଛି, କରୋନା ସମୟରେ ଚାଲୁଥିବା ସମସ୍ତ ସ୍ପେଶାଲ ଟ୍ରେନ୍ ଗୁଡ଼ିକ ଏବେ ସାଧାରଣ ଭାବରେ ଚାଲିବ । ଏଥିରେ  ଯାତ୍ରୀମାନଙ୍କଠାରୁ ନିଆଯାଉଥିବା ବର୍ଦ୍ଧିତ ଭଡ଼ାକୁ କମାଇ ଦିଆଯିବ। ଏହାଦ୍ୱାରା ଭଡ଼ା ପାଖାପାଖି ୩୦ ପ୍ରତିଶତ କମିଯିବ। ସୂଚନା ଥାଉକି କରୋନା ସମୟରେ ସମସ୍ତ ଟ୍ରେନ ଗୁଡ଼ିକ ସ୍ପେଶାଲ ଟ୍ରେନ ଭାବେ ମାନ୍ୟତା ପାଇଥିଲା। ଯାତ୍ରୀମାନେ ସେତେବେଳେ ଅଧିକ ଭଡ଼ାରେ ଯାତାୟତ କରୁଥିଲେ।

Spread the love