କଂଗ୍ରେସ ଛାଡିବେ ବାପି ସର୍ଖେଲ !

ପାରାଦୀପ ୨୩।୧୧: କଂଗ୍ରେସ୍‌ ଲାଗିବ ଆଉ ଏକ ଝଟ୍‌କା । ଦଳ ଛାଡିପାରନ୍ତି ବରିଷ୍ଠ ନେତା ବାପି ସର୍ଖେଲ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ଭାବେ ଇସ୍ତଫା ଦେଇପାରନ୍ତି । ବର୍ତ୍ତମାନ ଯାଏଁ କିଛି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଖୁବ୍‌ ଜଣାଶୁଣା ବାପି ସର୍ଖେଲ । ଏକଦା ପାରାଦୀପରୁ ୨ଥର ବିଧାୟକ ଭାବେ ନିର୍ବାଚନ ଲଢିଥିଲେ। କିନ୍ତୁ ଉଭୟ ଥର ନିଜର ପ୍ରତିଦ୍ୱନ୍ଦୀଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ  ଏବେ ବାପି ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରିପାରନ୍ତି । ତେବେ କେଉଁ କାରଣ ପାଇଁ ସେ କଂଗ୍ରେସ ଛାଡୁଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପରିକି କଂଗ୍ରେସ ଦଳ ଛାଡିବା ପରେ କେଉଁ ଦଳରେ ମିଶିବେ , ସେନେଇ ବି କିଛି ସୂଚନା ମିଳିନାହିଁ ।

Spread the love