ବନ ବିଭାଗର ଚଢ଼ଉ, ବିପୁଳ ପରିମାଣର କାଠ ଜବତ

ସୋର, (ରଞ୍ଜିତ ମହାକୁଡ଼): ଆଜି ସକାଳୁ ସୋର ବ୍ଲକ ସିଙ୍ଗାଖୁଣ୍ଟା ରେ ଜଣକ ଘରେ ଚୋରା କାଠ ଥିବା ଖବର ପାଇ ସେହି ଘର ଉପରେ ବନ ବିଭାଗ  ଚଢ଼ାଉ କରି ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ର କାଠ ଜବତ କରିଥିବା ସୂଚନା ମିଳିଛି | ବନ ବିଭାଗ ର ଏବେ ନିଦ ଭାଙ୍ଗିବା ଏବଂ ସେହି ଘରେ ଚୋରା କାଠ ଥିବା ସୂଚନା ଏବେ ମିଳିବା ନେଇ ପ୍ରଶ୍ନ ଉଠିଛି? ଆଗରୁ ବନ ବିଭାଗ ଏବଂ ତାଙ୍କ କର୍ମଚାରୀ ମାନେ କଉଠି ରହିଯାଇଥିଲେ କିନ୍ତୁ ଆଜି ହଟାତ ଚଢ଼ାଉ କରି ଉପରିସ୍ଥ ଅଧିକାରୀଙ୍କ ଠାରୁ ବାଃ ବାଃ ନେବା ପାଇଁ ଲାଗି ପଡିଛନ୍ତି | ଏମିତି ମାସରେ ବର୍ଷରେ ଥରେ ଥରେ ଏହି ଭଳି ଛୋଟ ଛୋଟ ଚଢ଼ାଉ କରି ନିଜର ବିଭାଗ ଅଛି ବୋଲି ଦର୍ଶାଇ ପୁଣି ନିଦରେ ସୁଇପଡିବେ କି? ଏଥିପ୍ରତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ବନବିଭାଗ ଉପରିସ୍ଥ ଅଧିକାରୀ ଯଦି ଏବେ ଠାରୁ ତାଗିଦ ନ କରିବେ ତାହାହେଲେ ସମସ୍ତେ ଭୁଲିଯିବେ ବନ ବିଭାଗ ଗୋଟେ ଅଫିସ ଅଛି ବୋଲି ?

Spread the love