ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଲଲାଟେନ୍ଦୁ ରାଏଙ୍କ ସହ ଶତାଧିକ କର୍ମୀ

ଚାନ୍ଦବାଲି ୨୪।୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଯୁବ ନେତା ଲଲାଟେନ୍ଦୁ ରାଏ ତାଙ୍କର ଶତାଧିକ କର୍ମୀଙ୍କୁ ଧରି ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଏନେଇ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଆୟୋଜିତ ଏକ ମେଗା ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାଏ, ଲଲାଟେନ୍ଦୁ ରାଏଙ୍କ ସହ ତାଙ୍କର ଶତାଧିକ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକଙ୍କ ସହିତ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରତାପ ଧଳ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love