ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ବର ପିତାଙ୍କ ସମେତ ୩ ମୃତ

ମାଲକାନଗିରି ୨୪/୧୧:  ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାହାଘର ବରଯାତ୍ରୀଙ୍କ ଉପରେ ଟ୍ରକ୍‌ ମାଡ଼ିଯାଇଛି। ଏଥିରେ ବର ପିତାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ମୃତକଙ୍କ ମଧ୍ୟରେ ବର ପିତା ତଥା ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ସାମିଲ ଅଛନ୍ତି ।

ତେବେ ଶୋଭାଯାତ୍ରାରେ ଯାଉଥିବା ବେଳେ ବରଯାତ୍ରୀଙ୍କ ଉପରେ ଚାଉଳ ନିଗମର ଟ୍ରକ ମାଡ଼ିଯାଇଥିବା କୁହାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

Spread the love