ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା, ୨୪/୧୧: ବିଶେଷ ସୂତ୍ରରୁ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସର ଏକ ଟିମ ସ୍ଥାନୀୟ ବିଡିଏ କଲୋନୀରେ ଚଢାଉ କରି ତିନିଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ସୋମନାଥ ବରାଳ ଓ ଅବିନାଶ ପାତ୍ର ସ୍ଥାନୀୟ ଭାଲିଆବାଡ଼ି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ସାମନ୍ତରାପୁର ଅଞ୍ଚଳର ମହେନ୍ଦ୍ର ବେହେରା ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ଠାରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ  ପାଞ୍ଚ ଲକ୍ଷ ଟଙ୍କା ।

ଏହା ସହ ବାଜାଜ, ୟମାହା ଓ ହିରୋହଣ୍ଡା ପରି ପାଞ୍ଚଟି ଦାମୀ ବାଇକ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ଜଣାପଡି ଥିବାବେଳେ ଅଭିଯୁକ୍ତଙ୍କ ଠାରୁ ତିନୋଟି ଦାମୀ ମୋବାଇଲ ସହିତ ନଗଦ ଏକଲକ୍ଷ ସାତଶହ ଟଙ୍କା ଜବତ  କରିଛି ପୋଲିସ ।

Spread the love