ବିଶ୍ୱର ଏହି ଦୁଇଟି ଦେଶରେ ବିକ୍ରି ହୁଏନି କୋକାକୋଲା, ଜାଣନ୍ତୁ ଏହା ପଛର ରୋଚକ କାହାଣୀ

ଭୁବନେଶ୍ୱର ୨୪/୧୧ : ସାରା ଦୁନିଆରେ ଆଦ୍ରୁତ ଲାଭ କରିଛି କୋକାକୋଲା। ବଜାରରେ ଗ୍ରାହକଙ୍କ ନିକଟରେ ଏହାର ଚାହିଦା ବହୁତ ଭଲ । ଗରମ ଦିନ ହେଉ କି ଶୀତଦିନ ହେଉ ଏହାର ଆଦର କମେ ନାହିଁ । ଏହି ମୃଦୁ ପାନୀୟକୁ ପିଇବା ପାଇଁ ଲୋକମାନେ ବହୁତ ଭଲ ପାଆନ୍ତି । କିନ୍ତୁ ଏହି ପାନୀୟ ବିଶ୍ୱର ଦୁଇଟି ଦେଶରେ ବିକ୍ରି ହୁଏ ନାହିଁ।

ଦୁନିଆର ସମସ୍ତ ଦେଶକୁ ଛାଡ଼ିଦେଲେ ମାତ୍ର ଦୁଇଟି ଦେଶରେ କୋକାକୋଲା ବିକ୍ରି ହୁଏନାହିଁ । ଉତ୍ତର କୋରିଆ ଓ କ୍ୟୁବାରେ ଏହି ମୃଦୁ ପାନୀୟ ବିକ୍ରି ପାଇଁ ଅନୁମତି ନାହିଁ।
୧୮୯୨ ମସିହାରେ କୋକାକୋଲା କମ୍ପାନୀ ଆରମ୍ଭ ହୋଇଥିଲା । ଏହି କମ୍ପାନୀକୁ ଆଟଲାଣ୍ଟାର କ୍ୟାଣ୍ଡ୍ଲର ନାମକ ଜଣେ ବ୍ୟବସାୟୀ ଆରମ୍ଭ କରିଥିଲେ। କିନ୍ତୁ ପ୍ରକୃତରେ କୋକାକୋଲାକୁ ପୂର୍ବରୁ ୧୮୮୬ ମସିହାରେ ଫାର୍ମାସିଷ୍ଟ ଡଃ. ଜନ ଏସ ପରବନଟନ ଆରମ୍ଭ କରିଥିଲେ। ଏହାକୁ ସେତେବେଳେ ଲୋକମାନେ ଔଷଧ ରୂପେ ବ୍ୟବହାର କରୁଥିଲେ। ଏହି ମୃଦୁପାନୀୟରେ ମୂଳତଃ ଆଲକୋହଲ ମିଶାଯାଉଥିଲା। ଏହାକୁ ସୋଡ଼ା ଫାଉଣ୍ଟେନ ଷ୍ଟୋରରେ ଔଷଧ ଭାବେ ବିକ୍ରୀ କରାଯାଉଥିଲା । ଏହି ମୃଦୁ ପାନୀୟକୁ ପିଇଲେ ମୁଣ୍ଡ ବିନ୍ଧା, ଛାତି ଜଳାପୋଡ଼ା ଓ ମୁଣ୍ଡ ଘୁରେଇବା ଭଳି ରୋଗରୁ ଲୋକମାନେ ଭଲ ହେଉଥିଲେ । କିନ୍ତୁ ଏହି ପାନୀୟର ମୂଳ ମିଶ୍ରଣକୁ କ୍ୟାଣ୍ଡଲର ବଦଳାଇ ଦେଇଥିଲେ। ପରେ କୋକାକୋଲା କମ୍ପାନୀ ସ୍ପ୍ରାଇଟ, ଫେଣ୍ଟାଭଳି ନୂଆ ନୂଆ ବେଭେରେଜ ଆରମ୍ଭ କଲା କିନ୍ତୁ କୋକାକୋଲାର ଲୋକ ପ୍ରିୟତା ପୂର୍ବଭଳି ରହିଛି।

କ୍ୟୁବାରେ କୋକାକୋଲା ବିକ୍ରି ନହେବାର କାରଣ ୧୯୬୨ ମସିହାରେ ସେଠାରେ କ୍ୟୁବା ରିଭୋଲ୍ୟୁସନ ଆରମ୍ଭ ହେବାରୁ କେଷ୍ଟ୍ରୋ ସରକାର କୋକାକୋଲାର ଉତ୍ପାଦନକୁ ବନ୍ଦ କରିଦେଇଥିଲେ। ସେଠାରେ ଥିବା ସମସ୍ତ ବିଦେଶୀ କମ୍ପାନୀକୁ ବନ୍ଦ କରି ସେମାନଙ୍କ ସମ୍ପତ୍ତିକୁ ସରକାର ନିଜ ଅକ୍ତିଆରକୁ ଆଣି ଅନ୍ୟ ଦେଶ ସହ ସମ୍ପର୍କ ରଖିବାରେ ଶାସନାଦେଶ ଜାରି କରିଥିଲେ। ସେହିଦିନ ଠାରୁ କୋକାକୋଲା କ୍ୟୁବା ଛାଡ଼ିଦେଇଥିଲା। ଆମେରିକାରେ ବି କ୍ୟୁବା ବିରୁଦ୍ଧରେ ଶାସନାଦେଶ ଜାରି କରାଗଲା। ସେହିଦିନରୁ କ୍ୟୁବାରେ କୋକାକୋଲା ବିକ୍ରି ହେଉ ନାହିଁ।

୧୯୫୦ରୁ ୧୯୫୩ ମସିହା ମଧ୍ୟରେ କୋରିଆରେ ଯୁଦ୍ଧ ଲାଗି ରହିଥିଲା। ସେଥିପାଇଁ ମିଳିତ ଜାତିସଂଘ ଉତ୍ତର କୋରିଆରେ ବାଣିଜ୍ୟ ଗତିବିଧି ଉପରେ ଲଗାମ ଲଗାଇଥିଲେ। ଯେତେବେଳେ ଉତ୍ତର କୋରିଆ ୧୯୮୦ ମସିହାରେ ଦକ୍ଷିଣ କୋରିଆ ଉପରେ ବୋମା ମାଡ଼ କଲା। ସେବେଠୁ ଆମେରିକା ଉତ୍ତର କୋରିଆ ଉପରେ କଡ଼ା ଆଇନ ଲାଗୁ କରିଥିଲା। ଯାହା ଫଳରେ ଆମେରିକାର କୌଣସି କମ୍ପାନୀ ଉତ୍ତର କୋରିଆ ସହ ବାଣିଜ୍ୟ ବ୍ୟବସାୟ କରନ୍ତି ନାହିଁ । ସେହିଭଳି ମିଆଁମାର ଓ ଭିଏତନାମରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କୋକାକୋଲା ବିକ୍ରି ହେଉନଥିଲା । ସମୟକ୍ରମେ ଭିଏତନାମରେ ୧୯୯୪ ଓ ମିଆଁମାରରେ ୨୦୧୨ ମସିହାରୁ କୋକାକୋଲା ବିକ୍ରି ପାଇଁ ଅନୁମତି ଦିଆଯାଇଛି।

Spread the love