ଜାଣନ୍ତୁ କେଉଁ ଅଙ୍ଗୁଳି ଲମ୍ବା ହେଲେ ହେବେ ମାଲାମାଲ୍‌

ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ହାବ ଭାବରୁ ମଧ୍ୟ ତା’ର ବ୍ୟକ୍ତିତ୍ୱ ଓ ସଫଳତା ବିଷୟରେ ଜଣାପଡ଼େ । ତେଣୁ ବିନା କୁଣ୍ଡଳୀ ଦେଖି ମଧ୍ୟ ବ୍ୟକ୍ତିର ଭଲ ମନ୍ଦ ବିଷୟରେ କୁହାଯାଇପାରେ । ଯାହାକୁ ଆମେ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ 

ଶରୀରର ଆକୃତିରୁ ମଣିଷର ଆଗତ ଭବିଷ୍ୟତ ବିଷୟରେ ମଧ୍ୟ କୁହାଯାଇପାରେ । ଶରୀର ମଧ୍ୟ କୁଣ୍ଡଳୀରେ ଗ୍ରହର ଅବସ୍ଥିତ ସମ୍ପର୍କରେ ସୂଚନା ଦେଇଥାଏ । ଶରୀରର ବିଭିନ୍ନ ଆକୃତିରୁ ମଧ୍ୟ ବ୍ୟକ୍ତିର ଭାବନା ଓ ତା’ର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଆଜି ଆମେ ଜଣେ ବ୍ୟକ୍ତିର ଅଙ୍ଗୁଳିର ଆକୃତିରୁ ତା’ର ଜୀବନ ଓ ଭବିଷ୍ୟତ ବିଷୟରେ ଜାଣିପାରିବେ ।

  ଯଦି ବ୍ୟକ୍ତିର ଅନାମିକା ଅଙ୍ଗୁଳି ଲମ୍ବା ହୋଇଥାଏ ତେବେ ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି । ଏପରି ବ୍ୟକ୍ତି ମଧ୍ୟ ଧନୀ ଓ ପରିଶ୍ରମୀ ହୋଇଥାନ୍ତି । ସର୍ବଦା ଲାଭ ପାଇଁ ତତ୍ପର ହୋଇଥାନ୍ତି ।

  ହାତର ଅଙ୍ଗୁଳି ଶରୀର ଠାରୁ ଛୋଟ ହେଲେ ବ୍ୟକ୍ତି ସ୍ୱଭାବରେ ଧୈର୍ଯ୍ୟ ହୀନ ହୋଇଥାନ୍ତି ।

ପତଳା, ଛୋଟ ଓ ସୁନ୍ଦର ଅଙ୍ଗୁଳି ବାଲା ଲୋକ ବୁଦ୍ଧିମାନ ହୋଇଥାନ୍ତି । ବୌଦ୍ଧିକ କାର୍ଯ୍ୟ କରିବା ,ପତ୍ରକାର, ଲେଖକ, ଶିକ୍ଷକ ଏବଂ କଳା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି ।

–  ମୋଟା ଶକ୍ତ ଅଙ୍ଗୁଳି ଏହାର ବିପରୀତ ଫଳ ଦେଇଥାଏ । ଅର୍ଥାତ ଏମିତି ବ୍ୟକ୍ତି ଶାରୀରିକ ଶ୍ରମ କରିବାରେ ମଜବୁତ ହୋଇଥାନ୍ତି । ସୈନିକ, ପୁଲିସ ଆଦି ବିଭାଗରେ ଭଲ ପ୍ରଦର୍ଶନ କରିଥାନ୍ତି ।

–  ଅଙ୍ଗୁଳି ସହ ହାତର ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କ ହାତ ଓ ଅଙ୍ଗୁଳି କୋମଳ ହୋଇଥାଏ ତେବେ ଆପଣ କଳ୍ପନାବିଳାସୀ ଓ ଭାବୁକ ହୋଇଥାନ୍ତି ।

–  ନିଜ ବିଷୟରେ ଚିନ୍ତା କରୁଥିବା ବ୍ୟକ୍ତି ଙ୍କ ଅଙ୍ଗୁଳି ପ୍ରାୟତଃ ମୋଟା ହୋଇଥାଏ । ଏମିତି ଲୋକଙ୍କ ଉପରେ ଭରଷା କରିବା ଉଚିତ ନୁହେଁ ।

  ଅନାମିକା ଅଙ୍ଗୁଳି ତର୍ଜନୀ ଠାରୁ ବଡ଼ ହେଲେ ବ୍ୟକ୍ତି ଅଲଗା ଭାବନାର ବ୍ୟକ୍ତିତ୍ୱ ହୋଇଥାନ୍ତି । ଅସୀମ ଶକ୍ତି ତଥା ସାହସର ସଂକେତ ହୋଇଥାଏ ।

  ଲମ୍ବା ଅଙ୍ଗୁଠି, କୌଣସି ସାଧାରଣ ବ୍ୟକ୍ତିକୁ ବିଶିଷ୍ଠ ବନାଇଥାଏ । ଯେଉଁ ବ୍ୟକ୍ତିର ଅଙ୍ଗୁଳିର ତଳ ଭାଗ ଉପର ଭାଗ ସମାନ ହୋଇଥାଏ ସେ ବ୍ୟକ୍ତି ପ୍ରସିଦ୍ଧ ହୋଇଥାନ୍ତି । ଖେଳାଳୀଙ୍କ ଅଙ୍ଗୁଳି ପ୍ରାୟ ଏହିପରି ହୋଇଥାଏ ।

Spread the love