ଚିଲିକାରେ ମାଛ ଧରା ଘେରି ଉଚ୍ଛେଦ, ଏବେ ସୁଦ୍ଧା ୧୫ ହେକ୍ଟର ଜମିରୁ କରାଗଲାଣି ଉଚ୍ଛେଦ

ଟାଙ୍ଗୀ ୨୭।୧୧: ଚିଲିକାରେ ଚାଲିଛି ମାଛ ଧରା ଘେରି ଉଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଚିଲିକା ମତ୍ସ୍ୟ ଅଧିକାରୀ , ଚିଲିକା ତହସିଲଦାର ଏବଂ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଏହି ଉଚ୍ଛେଦ ପ୍ରକ୍ରିୟା ।

ଖବର ଅନୁଯାୟୀ, ଚିଲିକା ତହସିଲ ଅଧିନସ୍ଥ ସୋରଣ-ମାନସିଂହପୁର ଚିଲିକା ମଧ୍ୟରେ ଚାଲିଛି ଜିରୋ ନେଟ୍ ମାଛ ଧରା ଘେରି ଉଛେଦ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ୧୫ ହେକ୍ଟର ଏରିଆରୁ ଟନ୍-ଟନ୍ ଜିରୋ ନେଟ୍ ମାଛ ଧରା ଜାଲ ଜବତ ହୋଇଥିବା ଚିଲିକା ତହସିଲଦାର ସୂଚନା ଦେଇଛନ୍ତି ।

ତେବେ କେତେକ ମତ୍ସ୍ୟଜୀବୀ ଏହି ଜିରୋ ନେଟ୍ ମାଛଧରା ଜାଲ ଚିଲିକାରେ ବିଛାଇ ରଖିଥିବା ଯୋଗୁଁ ମାଛ ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଚିଲିକାରେ ଜିରୋନେଟ୍ ମାଛଧରା ଜାଲ ବ୍ୟବହାର ଉପରେ ସରକାର ନିଷିଦ୍ଧା ଦେଶ ଜାରି କରିଛନ୍ତି । କେତେକ ଅମାନିଆ ଏପରି କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଉଛେଦ ପ୍ରକ୍ରିୟା କରାଯାଇଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି ।

Spread the love